ପରିବାର ଙ୍କୁ ମିଳିନି ରାସନ୍ କାର୍ଡ
କନ୍ଧମାଳ( ଅରୁଣ କୁମାର ଷଡ଼ଙ୍ଗୀ)ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ସରକାର ଙ୍କ ଯୋଜନା ଆଜି ବି ଜନ ସଧାରଣ ନିକଟ ରେ ଅପହଞ୍ଚ ହୋଇ ରହିଯାଇଛି l ସରକାର ଙ୍କ ଯୋଜନା ପାଇବାରେ ବଞ୍ଚିତ ହୋଇ ରହିଛନ୍ତି ଅନେକ ଗରୀବ ପରିବାର l ଯାହା ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ ଆମେ କୌଣସି ଉପାନ୍ତ ଇଲାକା ର କଥା କହୁନୁ ଖୋଦ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ୍ . ଏ.ସି ର ୬ ନମ୍ବର ୱାର୍ଡ଼ ର ନୂଆସାହି ରେ ବସବାସ କରୁଥିବା ପୃଥିବୀରାଜ ପାତ୍ର ଓ ମିନାକ୍ଷୀ ପାତ୍ର ଙ୍କ ୪ ବର୍ଷର ଶିଶପୁତ୍ର ଅବନୀ କୂମାର ପାତ୍ର ଦୀର୍ଘ ଚାରିବର୍ଷ ହେବ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ ମଧ୍ୟ ଶିଶୁଙ୍କ ପ୍ରତି ସତେ ଯେମିତି କାହାର ପଡୁନି ନଜର l ମାନସିକ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ପାଉଛନ୍ତି l
ଖେଳିବା ବୁଲିବା ବୟସ ର ହୋଇ ଥିଲେ ମଧ୍ୟ ଚାଲିବା ଦୁରର କଥା ଛିଡ଼ା ହୋଇ ପାରୁ ନାହାନ୍ତି କି ବସି ପାରୁ ନାହାଁନ୍ତି କଥା ବି କହି ପାରୁ ନାହାଁନ୍ତି l ଶିଶୁଟିର ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରୁ ଆରମ୍ଭ କରି ଫୁଲବାଣୀ ମେଡିକାଲ ବ୍ରହ୍ମପୁର କଟକ ଭୁବନେଶ୍ଵର ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି କିନ୍ତୁ ରୋଗ ଭଲ ହୋଇନି l ଡ଼କ୍ଟର ତାଙ୍କୁ ବଡ଼ ମେଡିକାଲ ରେ ଚିକିତ୍ସା ପାଇଁ ପରାମର୍ଶ କରିଛନ୍ତି ହେଲେ ଅର୍ଥ ଅଭାବରୁ ବଡ ମେଡିକାଲ କୁ ଯିବା ଅସମ୍ଭବ ହୋଇପଡିଛି lପୃଥିବୀରାଜ ପାତ୍ର ଜଣେ ଗରିବ ଦିନ ମଜୁରୀଆ ଅଟନ୍ତି ଦୈନିକ ମଜୁରୀ କରି ପରିବାର ଚଳାନ୍ତି l ପୁଅର ରୋଗ ଏପଟେ ପରିବାରର ବୋଝ ରେ ସେ ଭାଙ୍ଗି ପଡିଛନ୍ତି.l ପିଲା ଟିକୁ ଛାଡି ବାପା ମାଆ କାମ ଧନ୍ଦା କୁ ମଧ୍ୟ ଯାଇ ପାରୁ ନାହାନ୍ତି l ସରକାର ଙ୍କ ତରଫରୁ ରାସନ୍ କାର୍ଡ ମଧ୍ୟ ପାଇ ନାହାନ୍ତି l ସରକାର ଙ୍କ ଖାଦ୍ୟ ସୁରକ୍ଷା ଆଇନ୍ ରୁ ବଞ୍ଚିତ ହୋଇ ରହିଛନ୍ତି ଏହି ଗରୀବ ପାରିବାର l
ରାସନ୍ କାର୍ଡ ନଥିବାରୁ ସ୍ୱାସ୍ଥ୍ୟବୀମା କାର୍ଡ ମିଳିନାହିଁ ଫଳରେ ଚିକିତ୍ସା ପାଇଁ ସରକାର ଙ୍କ କୌଣସି ସୁବିଧା ପାଇ ପାରି ନାହାନ୍ତି l ଏକ ମାତ୍ର ଶିଶୁ ପୁତ୍ର ହୋଇ ଥିବାରୁ ବାପା ମାଆ ଶିଶୁ କୁ ପାଠ ପଢେଇବେ ବଡ଼ ମଣିଷ କରିବେ ବୋଲି ଆଶା ବାନ୍ଧିଥିଲେ ବୟସ ବଢି ବଢି ଯାଉଥିଲେ ମଧ୍ୟ ରୋଗ ଭଲ ନ ହେବାରୁ ଶିଶୁଟିର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଇଛି ବୋଲି ତାଙ୍କ ମାଆ ମିନାକ୍ଷୀ ଦୁଃଖରେ କହିଛନ୍ତି l ପୂର୍ବ ସରକାର ଥିବା ସମୟରେ ଉପଖଣ୍ଡ ପ୍ରଶାସନିକ ଅଧିକାରୀ ଏନ୍ ଏ ସି ପ୍ରଶାସନ ରାଜନେତା ନିର୍ବାଚିତ ଲୋକ ପ୍ରତିନିଧି ବାଲିଗୁଡ଼ା ବିଧାୟକ ଜିଲ୍ଲା ପ୍ରଶାସନ ଙ୍କୁ ବହୁବାର ଗୁହାରୀ କରିଥିଲେ ମଧ୍ୟ କେହି ବି ଗୁହାରୀ ଶୁଣି ନ ଥିଲେ l ବର୍ତ୍ତମାନ ଡ଼ବଲ୍ ଇଞ୍ଜିନ ସରକାର ଓଡିଶା ରେ ବିଜେପି ର ମହୋନ ସରକାର ଆସିଛି l
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପ୍ରତି ଗରୀବ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ିଛି l ବାପା ପୃଥିବୀ ରାଜ ପାତ୍ର ଓ ମାଆ ମିନାକ୍ଷୀ ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ ତାଙ୍କର ପୁଅର ଯଦି ଭଲ ଭାବରେ ଚିକିତ୍ସା ହୋଇ ପାରିବ ସେ ଭଲ ହୋଇଯିବ lଆଶାବାନ୍ଧି ବସିଛନ୍ତି ପୁଅର ଭବିଷ୍ୟତ ଉଜ୍ୱଳମୟ ହେବ ବୋଲି ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ପିଲାଟି ମୁହଁରେ ହସ ଫୁଟିବ ପ୍ରଶାସନର ସହାୟତାକୁ ଅନାଇ ବସିଛନ୍ତି l ମୋହନ ସରକାର ଙ୍କୁ ନିବେଦନ କରି ଛନ୍ତି ଯେ ତାଙ୍କୁ ସରକାରୀ ସହାୟତା ରୁ ବଞ୍ଚିତ କରା ନ ଯାଉ l ତେବେ ଦେଖିବାକୁ ବାକିରହିଲା ପ୍ରଶାସନ କେବେ ତାଙ୍କ ଗୁହାରୀ ଶୁଣୁଛି ? ସରକାରୀ ସାହାଯ୍ୟ ତାଙ୍କୁ କେବେ ମିଳୁଛି?