କକେସିଙ୍ଗା (ପ୍ରୀତେଶ ପଟେଲ)ଲିକତା ର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତର ଙ୍କୁ ଗଣ ବଳାତ୍କାର ପରେ ବିଭତ୍ସ ହତ୍ୟା କରାଯିବା କୁ ନେଇ ସାରା ଦେଶରେ ଓ ବିଶ୍ଵ ରେ ଡାକ୍ତର ଙ୍କ ସୁରକ୍ଷା ପାଇଁ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଜାରି ରହିଛି। ଏହି ଘଟଣା କୁ କେନ୍ଦ୍ର କରି ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଟେଣ୍ଟ , ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ ସଭାପତି ରବି ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ କେସିଙ୍ଗା ବ୍ଲକ୍ ସମ୍ମୁଖରେ ଦୀନ ୧୦ଟା ରୁ ଏକ ପ୍ରତିବାଦ୍ ସଭା କରି ବସି ରହିଥିଲେ ।

କେବଳ ମୋମିତା ନୁହେଁ ଯେଉଁ ମହିଳା ମାନେ ବଳାତ୍କାର ଓ ଅମାନୁଷିକ ନିର୍ଯ୍ୟାତନା ରେ ମୃତ ବରଣ କରୁଛନ୍ତି ସେମାନଙ୍କୁ ନ୍ୟାୟ ଦାବୀ ନେଇ ମହିଳା ଓ ମୋମୀତା ଙ୍କ ଆତ୍ମାର ଶାନ୍ତି ପାଇଁ କେସିଙ୍ଗା ପୋଲିସ ଷ୍ଟେସନ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ରେ ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ସହିତ ସଚେତନ ନାଗରିକ , ବୁଦ୍ଧି ଯିବି ,ମହିଳା ସଂଗଠନ ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସାମିଲ ସ୍ୱତପ୍ରତଃ ଭାବେ ଯୋଡ଼ି ହୋଇ ଘଟଣା କୁ ଦୃଢ଼ ବିରୋଧ କରିବା ସହ ଦୋଷୀ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି।