ମୁନିଗୁଡା,୨୦।୮(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଡାକଘର ପକ୍ଷରୁ ସ୍ଥାନୀୟ ସାମନ୍ତ ମହାବିଦ୍ୟାଳୟ ପରିସରରେ ଉପ ଖଣ୍ଡ ସ୍ତରୀୟ ଡାକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିସମ କଟକ ସବ ଡିଭିଜନ ଇନ୍ସପେକ୍ଟର ନରେନ୍ଦ୍ର ଗୋଛି, ମୁଖ୍ୟ ବକ୍ତା ଭାବେ ରାୟଗଡ ପୋଷ୍ଟାଲ ଡିଭିଜନ ଏକ୍ଜୁଟିଭ ଅଫିସର ଉପେନ୍ଦ୍ର ହିଆଲ୍, ନିମନ୍ତ୍ରିତ ଅତିଥି ଭାବରେ ସାମନ୍ତ ମହା ବିଦ୍ୟାଳୟ ଅଧ୍ୟକ୍ଷ କବିରାଜ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ରାୟଗଡ ବ୍ରାଞ୍ଚ ଆଇପିପିବି ମ୍ୟାନେଜର ତନ୍ମୟ ଲିମା ଯୋଗଦେଇଥିଲେ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ପ୍ରତିମାରେ ଅତିଥି ମାନଙ୍କ ଦ୍ଵାରା ଦ୍ଵିପ ପ୍ରଜ୍ବଳନ କରାଯାଇଥିଲା।

ମହା ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଡାକ ଘରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ କହିଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଅନ୍ୟ ବ୍ୟାଙ୍କ ମାନଙ୍କ ଅପେକ୍ଷା ଡାକ ଘରେ ଅଧିକ ସୁଧ ବ୍ୟବସ୍ଥା ରହିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। କାର୍ୟକ୍ରମରେ ଡାକ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ବି.ଭେଙ୍କଟସ୍ୱର୍ ପାତ୍ର, ଜି.ହରିଶ୍ଚନ୍ଦ୍ର ଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଅମ୍ବାଦଳା ଡାକଘରେ ଫ୍ରଡ଼ ହେବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ବି ଟେମ୍ପରାରୀ ପୋଷ୍ଟ ଅଫିସ ସିଲ ପାସ୍ ଵୁକ୍ ରେ ବାଜିବା ବିଷୟ, ବିଦ୍ୟୁତ ଚାଲିଯିବା ପରେ ଡିଜି ବ୍ୟବସ୍ଥା ନଥିବା ଭଳି ଅବ୍ୟବସ୍ଥା ଉପରେ ଦୃଷ୍ଟି ଆକର୍ଷଣ କରାଇଥିଲେ।

କାର୍ଯ୍ୟକ୍ରମରେ ଉପ ଡାକଘର, ଶାଖା ଡାକଘର ର ଶାଖା ଡାକ ପାଳ ଓ ସହ ଶାଖା ଡାକ ପାଳ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳକ ବିସମ କଟକ ମେଲ ଓଭରସର୍ ଲଳିତ ମୋହନ ନାୟକ ଓ ସହ ପରିଚାଳକ ବିସମ କଟକ ଡିଭିଜନ ମେଲ ଓଭରସର୍ ବାଲ ଗୋପାଳ ଦାସ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଅମ୍ବାଦଳା ଏସପିଏମ ଗୌରୀ ଶଙ୍କର ମୁର୍ମୁ ଧନ୍ୟବାଦ୍ ଅର୍ପଣ କରିଥିଲେ।