
କେସିଙ୍ଗା (ପ୍ରୀତେଶ ପଟେଲ)ଆମ ଦେଶ ର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ରେ ଚଳିତ ମାସ ୧ ତାରିଖ ରେ ଏକ ରାୟ ପ୍ରକାଶ ପାଇଥିଲା ଏହି ରାୟ ଅନୁସାରେ ଆଦିବାସୀ ଓ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣ କୁ ପରିବର୍ତ୍ତନ କରି ଆର୍ଥିକ ଭିତ୍ତିକ ସଂରକ୍ଷଣ ଦିଆ ଯିବ ବୋଲି ପ୍ରକାଶ ପାଇଥିଲା। ସୁପ୍ରିମ କୋର୍ଟ ଙ୍କ ରାୟ ଅନୁସାରେ ଆର୍ଥିକ ଭାବରେ ସ୍ୱଚ୍ଛଳ ଥିବା ଆଦିବାସୀ ଓ ହରିଜନ ପରିବାର କୁ ସଂରକ୍ଷଣ ପରିବର୍ତ୍ତେ ଆର୍ଥିକ ଭାବରେ ଦୁର୍ବଳ ପରିବାର କୁ ସଂରକ୍ଷଣ ଦିଆଯିବ କଥା ଉଲ୍ଲେଖ ଥିଲା, ଏବଂ ଉକ୍ତ ରାୟ କୁ ସମସ୍ତ ରାଜ୍ୟ ରେ ଲାଗୁ କରିବାକୁ ସୁପ୍ରିମ କୋର୍ଟ ର ନିର୍ଦ୍ଦେଶ ମଧ୍ୟ ହୋଇଥିଲା।
ଏହି ରାୟ କୁ ବିରୋଧ କରି ଆଜି ସାରା ଦେଶରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ମିଳିତ ଭାବରେ ଭାରତ ବନ୍ଦ୍ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେ ମଧ୍ୟ ତାକୁ ସମର୍ଥନ କରି ବନ୍ଦ୍ ପାଳନ କରାଯାଇଛି। ଏହି ବନ୍ଦ୍ ଡାକରା ରେ କେସିଙ୍ଗା ଅଞ୍ଚଳ ର ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ମିଳିତ ଭାବରେ ଯୋଗ ଦେଇ ଥିଲେ। ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହୋଇଥିବା ଉକ୍ତ ବନ୍ଦ୍ ଡାକରା ରେ ସ୍କୁଲ୍, କଲେଜ୍, ବ୍ୟାଙ୍କ୍, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ୍ ହେବା ସହିତ ଯାନ ବାହନ ଚଲା ଚଳ ମଧ୍ୟ ବନ୍ଦ୍ ଥିଲା।ଫଳ ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିଲା । କେସିଙ୍ଗା ପୋଲିସ୍ ର ସହାୟତା ରେ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ୍ ପାଳନ କରାଯାଇ ଥିଲା।