କାଶୀପୁର : (ଅଞ୍ଜନ କୁମାର ନାଏକ)ମାନ୍ୟବର ସୁପ୍ରିମକୋର୍ଟଙ୍କ ୭ଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠ ଗତ ତା ୧/ଅଗଷ୍ଟ ୨୦୨୪ରିଖ ରେ ଏସସି,ଏସଟି ଙ୍କ ସଂରକ୍ଷଣ ସମ୍ବନ୍ଧରେ ଏକ ରାଏ ଦେଇଥିଲେ।ଉକ୍ତ ରାୟକୁ ବିରୋଧ କରି ସର୍ବ ଭାରତୀୟ ଅନୁସୂଚିତ ଜାତୀ ଏବଂ ଅନୁସୂଚିତ ଜନ ଜାତୀ ଶ୍ରେଣୀର ବିଭିନ୍ନ ସଂଘଟନ ର ଲୋକେ ସର୍ବ ଭାରତରେ ଚଳିତ ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ର ଅଭାହନ ଦେଇଥିଲେ।
ଏହିପରିପେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ବନ୍ଦ ପାଳନ କରଯାଇଛି।କାଶୀପୁର ବ୍ଲକ ର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଦୂର ଦୁରାନ୍ତ ସୀମାନ୍ତ ଅଂଚଳରୁ ହଜାର ହଜାର ସଂଖ୍ୟରେ ଅନୁସୂଚିତ ଜାତୀ ସମେତ ଅନୁସୂଚିତ ଜନ ଜାତୀ ଶ୍ରେଣୀର ଲୋକେ ପାରମ୍ପରିକ ବାଦ୍ୟ ନୃତ୍ୟ କରି ଭାରତ ବନ୍ଦ ପାଳନରେ ସାମିଲ ହୋଇଥିଲେ ଏବଂ କେନ୍ଦ୍ର ସରକାର ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ବିରୋଧ ରେ ଫ୍ଲାଗ ମାର୍ଚ୍ଚ ରେ ବାହାରି କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନ ,କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ନାଏକ ଏବଂ ବ୍ଲକ ଅଧିକାରୀ ଡା.ଅମୃତ ରାଉଳଙ୍କ ଜରିଆରେ ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନଜାତିଙ୍କ ସମ୍ବିଧାନ ରେ ସଂରକ୍ଷଣ ର ଅଧିକାର କୁ ବାରମ୍ବାର ଅସମ୍ବିଧାନିକ ପଦ୍ଧତିରେ ସର୍ବଚ ନ୍ୟାୟାଳୟର ହସ୍ତକ୍ଷେପ କୁ ବିରୋଧ କରି ଏକ ସ୍ମାରକ ପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।
ଏହି ଭାରତ ବନ୍ଦ ପାଳନ ଅବସରରେ କାଶୀପୁର ବ୍ଲକ ଅନୁସୂଚିତ ଜାତୀ,ଅନୁସୂଚିତ ଜନ ଜାତୀ ର ମିଳିତ କ୍ରିୟାନୁଷ୍ଠାନ କ୍ରମେ ବନ୍ଦ ପାଳନକୁ ଶାନ୍ତି ଶୃଙ୍ଖଳା ଭାବେ ସମାପ୍ତ କରାଯାଇ ଥିଲା। ଏହି ପରିପେକ୍ଷୀରେ କାଶୀପୁର ବ୍ଲକରେ ଗମନାଗମନ,ଯାନବାହାନ ଯାତାୟାତ ସମ୍ପୂର୍ଣ ଭାବେ ଠପ ହୋଇ ଥିଲା।ଏହିଭଳି ବ୍ଲକରେ ମଧ୍ୟ ଭାରତ ବନ୍ଦ ପାଳନର ବହୁ ପ୍ରଭାବ ଦେଖିବାକୁ ମିଳିଛି।
କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି,ଡୁଡୁକାବାହାଲ,ଟଟାଗୁଡା,ପୁଡାପାଡ଼ି,ବାଙ୍କାମ୍ବ,ଦରାଗୁଡା,ଡ଼ଙ୍ଗାସିଲ,ଶୁଙ୍ଗେର,ଲାକ୍ରୀସ ଏବଂ ଗରଖପୁର ପଞ୍ଚାୟତ ମାନଙ୍କରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇ ଥିବା ସୂଚନା ମିଳିଛି।