
ହରଭଙ୍ଗା (ଚିତ୍ତରଞ୍ଜନସିଂ).ହରଭଙ୍ଗା ବ୍ଲକ ରେ ପୁଣି ବିଜେପି ସମର୍ଥିତ ପାର୍ଥି ର ଜୟ ଧୋନି l ବିରୋଧୀ କଲାନି ବ୍ଲକ ଉପାଧ୍ୟକ୍ଷା ନାମାଙ୍କନ ପତ୍ର ଦାଖଲ, ଦେଲା ଛତ୍ରଭଙ୍ଗ l ବିଗତ 2022ର ପଞ୍ଚାୟତ ନିର୍ବାଚନ ରେ ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ରୁ ସମିତିସଭ୍ୟ ଭାବେ ବହୁ ଭୋଟ ବ୍ୟବଧାନରେ ସରୋଜ କୁମାର ପ୍ରଧାନ ବିଜେତା ହୋଇ ହରଭଙ୍ଗା ପଞ୍ଚାୟତ ସମିତି ର ଉପଧ୍ୟକ୍ଷ ଭାବେ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିଲେ l ଉପାଧ୍ୟକ୍ଷ ପଦବୀ ରେ ପ୍ରାୟ୨ ବର୍ଷ ବ୍ଲକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟଭାର ତୁଲାଇ ଥିଲେ l
୨୦୨୪ ସାଧାରଣ ନିର୍ବାଚନ ରେ ଶ୍ରୀ ସରୋଜ କୁମାର ପ୍ରଧାନ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାୟକ ଭାବେ ନିର୍ବାଚନ ଲଢ଼ି ୨୫ ବର୍ଷର ବିଜେଡି ଗଡ଼ କୁ ଭାଙ୍ଗିବାରେ ସକ୍ଷମ ହୋଇ ନିର୍ବାଚିତ ହୋଇଥିଲେ l ସେପଟେ ବିଧାୟକ ଭାବେ ବିଜେତା ହେବା ପରେ ଗତ ଜୁନମାସ ୪ ତାରିଖରେ ଶ୍ରୀ ପ୍ରଧାନ ଉପାଧ୍ୟକ୍ଷ ପଦରୁ ବିଡ଼ିଓ ଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ l ଜୁନ ମାସରୁ ବ୍ଲକ ରେ ଉପାଧ୍ୟକ୍ଷ ପଦ ଖାଲି ପଡିଥିବାରୁ ନିର୍ବାଚନ କମିଶନର ଙ୍କ ନିଁର୍ଧେଶ କ୍ରମେ ଆଜି ସାନି ନିର୍ବାଚନ ହୋଇଥିଲା l
ଏହି ନିର୍ବାଚନ ରେ କୁସଙ୍ଗ ପଞ୍ଚାୟତ ସମିତିସଭ୍ୟ କାହ୍ନୁ ଚରଣ ନାଥ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ l ପରେ ନିର୍ବାଚନ ଅଧିକାରୀ ଙ୍କ ଉପସ୍ଥିତ ରେ ପାର୍ଥି ପତ୍ର ଯାଞ୍ଚ କରାଯାଇଥିଲା lସମୟ ସୀମା ଭିତରେ ବିରୋଧୀ ଗୋଷ୍ଠୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଏକ ପାଖିଆ କାହ୍ନୁ ଚରଣ ନାଥ ଙ୍କୁ ଭରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚନ ଅଧିକାରୀ ଯୁଧିଷ୍ଠିର ମେହେର ବିଜେତା ଘୋଷଣା କରିଥିଲେ l ଫଳରେ ବିଭିନ୍ନ ଅନୁଷ୍ଠାନ , ବିଜେପି କର୍ମୀ ଶୁଭେଛୁ ମାନେ କାହ୍ନୁ ଚରଣ ନାଥ ଙ୍କୁ ପୁଷ୍ପ ଗୁଚ୍ଛ ଉପ ଢୌକନ ଦେଇ ସ୍ୱାଗତ ଜଣାଇବା ସହିତ ଖୁସିର ଲହରୀ ଖେଳିଯାଇଥିଲା l