
ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗ ପୁର ସାଂସଦ
ଧର୍ମଗଡ:୨୪/୮/୨୪(ହେମନ୍ତ କୁମାର ମାଝୀ)ଆଜି ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ସାଂସଦ ବଳଭଦ୍ର ମାଝୀ ଙ୍କୁ ଧର୍ମଗଡ ନାଗରିକ ମଞ୍ଚ ପକ୍ଷ ରୁ ଏକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସିଟିଯେନ ଫୋରମ୍ ର ଆବାହକ ତୁଷାର ରଞ୍ଜନ ପଟ ଯୋଶୀ , ବିଜେପି କେନ୍ଦ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର, ଧର୍ମଗଡ ନଗର ପାଲ ଅଶୋକ ମହାନ୍ତି , ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ମଞ୍ଚଷିନ ଥିଲେ ।
ଏହି ଅବସର ରେ ଜୁନାଗଡ ଠାରୁ ନବରଙ୍ଗ ପୁର କୁ ସମ୍ପ୍ରସାରିତ ହେଉ ଥିବା ନୂତନ ରେଳ ଲାଇନ କୁ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ଧର୍ମଗଡ ସହର ଠାରୁ ୭ କିମି ମଧ୍ୟ ରେ କରିବାକୁ ଉପସ୍ଥିତ ଜନ ସାଧାରଣ ସାଂସଦ ଶ୍ରୀ ମାଝୀ ଙ୍କୁ ଅନୁରୋଧ କରିଥିଲେ । ଉପସ୍ଥିତ ଲୋକ ଙ୍କ ଭାବା ବେଗ କୁ ଦେଖି ସାଂସଦ ଶ୍ରୀ ମାଝୀ ଏହି ଘଟଣା ବିଷୟ ରେ କଳାହାଣ୍ଡି ସାଂସଦ ମାଲ ବିକା ଦେଓ,ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ ଯୋଶୀ ଓ ସର୍ବୋ ପରି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ସହିତ ଆଗରୁ ଆଲୋଚନା କରି ସାରିଛନ୍ତି । ଧର୍ମଗଡ ସହର ଠାରୁ ୭ କିଲୋମିଟର ମଧ୍ୟ ରେ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ହେବ ବୋଲି ସେ ପ୍ରତିଜ୍ଞା କରି ଥିଲେ ।
ଏହି ଘୋଷଣା ଶୁଣିବା ପରେ ମଞ୍ଚାସିନ ଅତିଥି ଓ ଉପସ୍ଥିତ ଜନ ସାଧାରଣ ଙ୍କ ମଧ୍ୟ ରେ ଧର୍ମଗଡ ସହର ର ୭କିମି ମଧ୍ୟ ରେ ପ୍ରସ୍ତାବିତ ରେଳ ଷ୍ଟେସନ ହେବ ବୋଲି ଆଶା ସଞ୍ଚାର ହୋଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଓକିଲ ସଂଘ,ସାମ୍ୱାଦିକ ସଂଘ,ବ୍ୟବସାୟୀ ସଂଘ, ଅଲ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେଶନ, ଶିକ୍ଷକ ସଂଘ, ମାରୱାଡି ମହିଳା ସମିତି, ସମେତ ଅନ୍ୟାନ୍ୟ ସଙ୍ଗଠନ ର ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଲକ୍ଷ୍ମୀକାନ୍ତ ବାଗ ପରିଚାଳନା କରି ଥିବା ବେଳେ ବଙ୍କିମ ଚନ୍ଦ୍ର ସାଗର ଧନ୍ୟବାଦ ଅର୍ପଣ କରିଥିଲେ ।