
ମୁନିଗୁଡା;୨୪।୮(ରମାକାନ୍ତ ପୋଡାଳ ) ଦୀର୍ଘ ଏକ ମାସ ଧରି ମୁନିଗୁଡା ପାଇକ ସାହି ରେ ବ୍ୟାପିଥିବା ସ୍କ୍ରାବ ଟାଇଫୋସ,ପରିମଳ ଓ ଡ୍ରେନେଜ ସମସ୍ୟା ସହ ଉପାନ୍ତ ରଘୁବାରି ଓ ଡିମିରିଗୁଡ଼ା ରେ ଗୁରୁତର ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କୁ ସ୍ବାସ୍ଥ୍ୟ ବ୍ୟବସ୍ଥା ପହଞ୍ଚାଇବା ନିମନ୍ତେ ଗତ କଲି ମାନ୍ୟବର ବିଧାୟକ ବିଷମକଟକ ଶ୍ରୀ ନୀଳମାଧବ ହିକୋକା ନିଜର ଯୁକ୍ତି ବିଧାନସଭା ରେ ଉପସ୍ଥାପିତ କରିଛନ୍ତି।
ବିଧାୟକ ନିଜ ବକ୍ତବ୍ୟ ରେ ରାଜ୍ୟ ର ତିନି ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ର ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ମୁନିଗୁଡା ସହର, ଏହି ସହର ର ରେ ପ୍ରତିଦିନ ବାହାରୁ ଶହ ଶହ ଲୋକ ବ୍ୟବସାୟ ଏବଂ ନିକଟ କମ୍ପାନୀ କାର୍ଯ୍ୟ ରେ ବାହାରୁ ଆସୁଛନ୍ତି, ନିକଟ ଅତୀତ ରେ ଯେଉଁ ସ୍କ୍ରବ ଟାଇଫସ ରୋଗ ବ୍ୟାପିଛି ଏହା ଦ୍ବାରା ଅଞ୍ଚଳ ରେ ଏକ ଭୟାନକ ସ୍ୱାସ୍ଥ୍ୟ ଅବସ୍ଥା ସୃଷ୍ଟି ହୋଇଛି,ଏହାର ତୁରନ୍ତ ସମାଧାନ ଓ ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ର ସ୍ଥାୟୀ ପ୍ରତିକାର ଯଥାଶୀଘ୍ର କରାଯିବା ଦରକାର ବୋଲି କହିଛନ୍ତି।
ବିଧାନସଭା ରେ ମୁନିଗୁଡା ଅଞ୍ଚଳ ର ସମସ୍ୟା କ୍ରମାଗତ ଭାବରେ ସ୍ଥାନ ପାଉଥିବାରୁ ଅଞ୍ଚଳ ର ବିଭିନ୍ନ ଜନସାଧାରଣ ଙ୍କ ତରଫ ରୁ ବିଧାୟକ ଙ୍କୁ ଅଭିନନ୍ଦ ର ସୁଅ ଛୁଟୁଛି।ଏଠାରେ କହି ରଖାଯାଉଛି ଯେ, ମୁନିଗୁଡା ସହର ପାଇକ ସାହି ରେ ସ୍କ୍ରାବ୍ ଟାଇଫସ୍ ରୋଗ ରେ ୨ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଛନ୍ତି।ରଘୁବାରି ଓ ଡିମିରିଗୁଡା ରେ ଡ଼ାଇରିଆ ରୋଗ ରେ ୧୦ ରୁ ଉର୍ଦ୍ଧ ଲୋକ ଙ୍କ ପ୍ରାଣ ହାନି ହେଲାଣି।