ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ 2024 ର କର୍ମ ଶାଳା ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ଟ୍ୱେରେ ଅନୁଷ୍ଠିତ ହୋଇ ଥିଲା। ଜିଲ୍ଲା ର ୪୧୧ ବୁଥ, ୧୦ ଗୋଟି ମଣ୍ଡଳ, ୭୬ ଶକ୍ତି କେନ୍ଦ୍ର , ଦୁଇଗୋଟି ବିଧାନ ସଭା ର ସମସ୍ତ ବିଜେପି କର୍ମୀ, ଓ ଭୋଟର ମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ ବିଜେପି ର ନୂତନ ସଦସ୍ୟତା ଅଶାନ୍ତ ୨/୯ ଠାରୁ ଆରମ୍ଭ କରାଯିବ ଏଥିରେ ଜିଲ୍ଲା ର ସମସ୍ତ ନେତୃବୃନ୍ଦ ମାନଙ୍କୁ ଦାଇତ୍ୱ ବଣ୍ଟନ କରାଯାଇ ଅଛି l
ସମସ୍ତ ସଦସ୍ୟତା କାର୍ଯ୍ୟ ଅକ୍ଟବର ମାସ ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ଧାର୍ଯ୍ୟ ଲକ୍ଷ ପ୍ରଦାନ କରାଯାଇ ଅଛି lଆଜିର ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ କଣ୍ଟାମlଳ ଓ ବୌଦ୍ଧ ର ବିଧାୟକ ଶ୍ରୀ କ ନା ହିଁ ଚରଣ ଡାଙ୍ଗ, ଶ୍ରୀ ସରୋଜ କୁମାର ପ୍ରଧାନ, ଙ୍କ ସହିତ ବିଜେପି ରାଜ୍ୟ ତରଫରୁ ଶ୍ରୀ ସରୋଜ ସାବତ ଓ ଶ୍ରୀମତୀ ସବିତା ନନ୍ଦ ଯୋଗଦାନ କରି ସଦସ୍ୟତା କିପରି କରାଯିବ ସେ ବିଷୟରେ ପୁଙ୍ଖlନୁ ପୁଙ୍ଖ ଦିଗ ଦର୍ଶନ, ଦଳୀୟ କର୍ମ କର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l
ଆଜିର ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି, ଙ୍କ ସହିତ ସମସ୍ତ ଆପେକ୍ଷିତ ସଦସ୍ୟ, ସଦସ୍ୟା ଯୋଗ ଦାନ କରି ଥିଲେ l