କେସିଙ୍ଗା : ( ପ୍ରୀତେଶ ପଟେଲ )କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଯାପାଳି ପଞ୍ଚାୟତ ରେ ନିର୍ମାଣ ଧୀନ ହୋଇଥିବା ଏକ ଘର ପାଇଁ ବର୍ତ୍ତମାନ ପୁଣି ଥରେ ଚର୍ଚା ର ପରିସରକୁ ଆସିଛି।ଚର୍ଚା ଏଥି ପାଇଁ ଯେ ଗ୍ରାମ ର ଜଣେ ଅଲେଖ ମହିମା ବାବା ଙ୍କ ମଠରେ ଏକ ଗୃହ ତିଆରି ପାଇଁ ୱାର୍କ୍ ଅର୍ଡର୍ ଦେବା ଓ ଲେ ଆଉଟ୍ ଦେଲା ପରେ ବର୍ତ୍ତମାନ ତାହା ଗୋଚର ଜମି ହୋଇଯାଇଛି ।
ଏହା ଆମେ କହୁନାହିଁ ବରଂ ସ୍ଵଂ ବ୍ଲକ ପ୍ରଶାସନ ଏହା କହୁଛି।ବ୍ଲକ ଅନ୍ତର୍ଗତ ସିର୍ଜାପାଳି ପଞ୍ଚାୟତ ର ଏକ ଅଲେଖ ମହିମା ପୀଠ ରେ ତିଆରି ହୋଇଥିବା ଏକ ଘରର ବିଲ୍ ନ କରିବା ଓ ଏହା ଗୋଚର ଜାଗା ଅଥବା ଗ୍ରାମୀଣ ଜଙ୍ଗଲ ବୋଲି କହିଛି ବ୍ଲକ ପ୍ରଶାସନ ।ପ୍ରଥମେ ୬ଲକ୍ଷ ଟଙ୍କା ଅନୁଦାନ ଆସିଥିବା କହିବା ପରେ ତାହା ୩ ଲକ୍ଷ ଟଙ୍କା ବୋଲି କହିବା ଓ ପରେ ପରେ ବିଲ୍ ନ କରିବା ନେଇ ଏବେ ଚର୍ଚ୍ଚାରେ କେସିଙ୍ଗା ବ୍ଲକ ର ପୂର୍ବତନ ତଥା ବିଡ଼ିଓ ପ୍ରଫୁଲ୍ଲ ଓଡୁ ଓ ନିର୍ବାହୀ ଯନ୍ତ୍ରୀ ସୁବାସ ନାଏକ। କର୍ଯ୍ୟନିର୍ଦେଶ ଓ ଲେ ଆଉଟ୍ ଦେବା ପୂର୍ବରୁ କଣ ବାବୁ ମାନେ କଣ ଏହା ଗ୍ରାମ୍ୟ ଜଙ୍ଗଲ ବୋଲି ଜାଣି ନଥିଲେ କି ?
ଏହା ଏବେ ପ୍ରଶ୍ନବାଚୀ ।ଏଠାରୁ ଆମେ କହି ରଖିବାକୁ ଚାହିଁବୁ ଯେ ଏହି ବିଡ଼ିଓ ମହାଶୟ କେସିଙ୍ଗା ରେ ଥିବା ସମୟ ରେ ସାନ୍ତିବନ୍ ନାମକ ଏକ ଗ୍ରାମ୍ୟ ଜଙ୍ଗଲ ଠାରେ ଏକ ଗୃହ ନିର୍ମାଣ କରିବା ଓ ତାହାର ବିଲ୍ ପୈଠ କରିବାକୁ ନେଇ ତାଙ୍କ ନାଁ ରେ କେସ ମଧ୍ୟ ହୋଇଛି ଏହି ଘଟଣା ପରେ ପୁନର୍ବାର ଏହି ଭଳି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି ।
ସେ ଯାହା ବି ହେଉ ଏବେ ମାନସିକ ଚିନ୍ତା ରେ ପଡିଯାଇଛନ୍ତି ବାବା ଉଦ୍ଧାର ବାଡ଼ି କରି ଘର ତିଆରି କଲେ ହେଲେ ବିଲ୍ ନ ପାଇବାରୁ ଲୋକଙ୍କ ଟଙ୍କା ଫେରସ୍ତ କରିପାରୁନାହାନ୍ତି ,ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାବା ।