ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ପବିତ୍ର ନନ୍ଦଉତ୍ସବ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଠିଡିକାଯୋର ଜଗନ୍ନାଥ ମନ୍ଦିର ର ନୂତନ ନନ୍ଦିଘୋଷ ରଥ ମହୋତ୍ସବ କମିଟି ଗଠନ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଜନକ ପାତ୍ର ଙ୍କ ସଭାପତିତ୍ୱ ରେ ଏକ ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ପ୍ରଥମେ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧମ ଜଗନ୍ନାଥ ମନ୍ଦିର ଗତ ରଥ ମହୋତ୍ସବ ର ଆୟ ବ୍ୟୟ ବିବରଣୀ ପାଠ କରାଯାଇଥିଲା ।
ପରେ ଆଗାମୀ ରଥ ମହୋତ୍ସବ ପାଇଁ ନୂତନ କମିଟି ଗଠନ କରାଯାଇଥିଲା । ନୂତନ କମିଟି ରେ ଦେବୋତ୍ତର ଅଧିକାରୀ ତଥା ହରଭଙ୍ଗା ତହସିଲଦାର ବିଭୁ ପ୍ରସାଦ ସିଂ ସଭାପତି , ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ , ପୁରୁଣାକଟକ ଥାନା ଭାରପ୍ରାପ୍ତ ଅଧିକାରୀ ସାରଦା ଦାଶ,ସରପଞ୍ଚ ବାଣୀଭୂଷଣପୁର ଶ୍ରୀବନ୍ତ ମେହେର ଓ କୃଷ୍ଣଚନ୍ଦ୍ର ମଲ୍ଲିକ ମୋଟ ୪ଜଣ ଙ୍କୁ କାର୍ଯ୍ୟକାରୀ ସଭାପତି ,ବିପୁଲ ବିଶ୍ୱାସ ଙ୍କୁ ଉପସଭାପତି, ବିଭୁଦତ୍ତ ବୋଷ ଙ୍କୁ ଆବାହକ, ବାମଦେବ ଦାଶ ଙ୍କୁ ସମ୍ପାଦକ ,ଦିଲ୍ଲୀପ କୁମାର ପ୍ରଧାନ ଙ୍କୁ ସହସମ୍ପାଦକ, ସିକନ ନାୟକ ଙ୍କୁ କୋଷାଧ୍ୟକ୍ଷ, ମଧୁସୂଦନ ଦୋରା ଙ୍କୁ କନିଷ୍ଠ ଯନ୍ତ୍ରୀ ,ସୌମ୍ୟରଞ୍ଜନ ସାହୁ, ଶାଶ୍ୱତ ଦାଶ ଙ୍କୁ ଗଣମାଧ୍ୟମ ସଂଯୋଜକ ,ସୁବାସ ପ୍ରଧାନ ଙ୍କୁ ଜନସମ୍ପର୍କ ସଂଯୋଜକ ଚୟନ କରାଯାଇଥିବା ବେଳେ ସୁଶାନ୍ତ ପାତ୍ର ,ଶ୍ରୀକାନ୍ତ ସାହୁ , ଶାସ୍ତ୍ରୀ ପାତ୍ର, ମାନଶ ବେହେରା, ହରିଶଙ୍କର ସାହୁ ,ସୁରେଶ ବେହେରା, ଦିଲୀପ ମଲ୍ଲିକ, ଆଶିଷ ସାହୁ, ସୁଶାନ୍ତ କହଁର, ପୂର୍ଣ୍ଣିମା ରାଏ, ଲିଲିରାଣୀ ପ୍ରଧାନ, ଅମିତା ପାଣିଗ୍ରାହୀ ଙ୍କୁ ସଭ୍ୟ ଭାବେ ଚୟନ କରାଯାଇଛି ।
ଅନ୍ୟପଟେ କାର୍ଯ୍ୟ ପରାମର୍ଶଦାତା କମିଟି ରେ ହରଭଙ୍ଗା ବ୍ଲକ ଚେୟାରମ୍ୟାନ ସେହ୍ନଲତା ପ୍ରଧାନ ,ଜିଲ୍ଲାପରିଷଦ ୭ନମ୍ବର ଯୋନ ବିଶ୍ୱଜିତ ମିଶ୍ର, ଜିଲ୍ଲା ପରିଷଦ ୮ନମ୍ବର ଯୋନ ତରାମଣି ପ୍ରଧାନ ,ବାଣୀଭୁସଣପୁର ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ, ବ୍ଲକ ଶିକ୍ଷାଅଧିକାରୀ ଅଜୟ କୁମାର ଲୋହା ,ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାଶ ,ମୁଖ୍ୟ କିରାଣୀ ହରଭଙ୍ଗା ବ୍ଲକ ଓ ତହସିଲଦାର ହରଭଙ୍ଗା , ବରିଷ୍ଠ ନାଗରିକ ମଞ୍ଚ ସଭାପତି ଜନକ ପାତ୍ର , ବେଦବର ପ୍ରଧାନ ,ସତ୍ୟବାଦୀ ରାଉତ , ଦିଲ୍ଲୀପ ସାହୁ ,ଜିତେନ୍ଦ୍ର ଦାଶ ଓ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଜଣେ ଜଣେ ସଦସ୍ୟ ରହିଥିଲେ । ମୋଟ ରେ ୫୧ ଜଣ ସଭ୍ୟ ଓ ସଭ୍ୟା ଙ୍କ ଉପସ୍ଥିତ ରହି ସର୍ବସନ୍ନମତି କ୍ରମେ କମିଟି ଚୟନ କରାଯାଇଥିଲା ।
ବର୍ତ୍ତମାନ ରଥ ୧୦ ବର୍ଷ ପୁରୁଣାହୋଇଥିବା ବେଳେ ଫିଟନେସ ଦିଗରେ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଆଗାମୀ ରଥମହୋତ୍ସବ କୁ ନୂତନ ରଥ ନିର୍ମାଣ ନିତାନ୍ତ ଆବଶ୍ୟକ । ତେଣୁ ନୂତନ ରଥ ନିର୍ମାଣ ଓ ରଥ ମହୋତ୍ସବ ର ସୁପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ରଥ ନିର୍ମାଣ ଓ ରଥଯାତ୍ରା ର ସୁପରିଚାଳନା ଏହି କମିଟିର ମୁଖ୍ୟ ଲକ୍ଷ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ପରିଶେଷରେ କମିଟି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।