ହରଭଙ୍ଗା ( ଉଗ୍ରସେନ କର୍ମୀ )ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା l ଏପରିକି ବିଭିନ୍ନ ସମୟରେ ସୁଯୋଗ ନେଇ ବାଇକ ଛଡାଇ ଲୁଟ ମଧ୍ୟ୍ୟ କରୁଥିବା ନେଇ ଏମିତି ଅନେକ କଥା ସାଧାରଣ ରେ ଚର୍ଚ୍ଚା ହେଉଛି l କିନ୍ତୁ ଆଜି ସବୁ ନାଟକ ଧରା ପଡିଯିବାରୁ ନିର୍ଧୁମ ଛେଚିଲେ ଲୋକେ l ସମ୍ପୃକ୍ତ ଯୁବକଙ୍କୁ କାବୁ କରି ହରଭଙ୍ଗା ପୋଲିସ କୁ ଜିମା ଦେଇଥିଲେ l ଘଟଣା ଅନୁଯାଇ ମଙ୍ଗଳବାର ଦିନ ଧଳପୁର ଆଠମଲ୍ଲିକ ସେତୁ ନିକଟ ବର୍ତ୍ତୀ ଖରସଂକୁଳେଇ ଛକ ନିକଟରେ ସମ୍ପୃକ୍ତ ଯୁବକ ଜଣଙ୍କ ଠିଆ ହୋଇ ବାଇକ ଆରୋହୀ ଙ୍କୁ ଅଟକାଇ ନିଜକୁ ପୋଲିସ ପରିଚୟ ଦେଇ ବାଇକ ଚେକିଂ କରିବା ବାହାନା କରୁଥିଲା l ହେଲେ ଉଆଁଳ ଗ୍ରାମର ଟୁକୁନା ବେହେରା ନିଜ ବାଇକ ରେ ଯାଉଥିବା ସମୟରେ ବାଇକ ଆରୋହୀ ଙ୍କୁ ଅଟକାଇ ବାଇକ ଲୁଟ କରୁଥିବା ଚେଷ୍ଟା କରୁଥିଲା l

କିନ୍ତୁ କିଛି ସ୍ଥାନୀୟ ଲୋକ ସନ୍ଦେହ କରି ହଟାତ ଯୁବକ କୁ ଧରି ପରିଚୟ ମାଗିଥିଲେ l ଏପରିକି ମିଥ୍ୟା ବାହାନା କରି ଲୋକଙ୍କୁ ଠକୁଥୁବା ଜାଣି ଉତ୍ତମ ମଧ୍ୟମ ଦେଇଥିଲେ ପରେ ହରଭଙ୍ଗା ପୋଲିସ କୁ ଖବର ଦେଇଇଥିଲେ ମଧ୍ୟ ବିଳମ୍ବ ରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା l ଯାହାକି ପୋଲିସ କାର୍ଯ୍ୟ ପ୍ରତି ଜନସାଧାରଣ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଘଟଣା କୁ ନେଇ ହରଭଙ୍ଗା ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କୁ ପଚାରିବାରୁ ଆମେ ଖବର ପାଇ ବାହାରିଥିଲୁ କିନ୍ତୁ ବାଟରେ ଗାଡି ଖରାପ ହେବା ହେତୁ ଅନ୍ୟ ଏକ ଗାଡି ମଗାଇ ଘଟଣା ସ୍ଥଳକୁ ପହଁଚି ଯୁବକଙ୍କୁ ଉଦ୍ଧାର କରିବା ସହ ନିକଟରୁ ( ଓଡି 19 ୟୁ 4324) ନାମକ ଏକ ବୁଲେଟ ମଧ୍ୟ ଜବତ କରିଛୁ l

ଏପର୍ଯ୍ୟନ୍ତ ଅଭିଯୋଗକରି ଥାନା ରେ ଅଭିଯୋଗ କରି ନାହାନ୍ତି ଅଭିଯୋଗ ପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ l ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସମ୍ପୃକ୍ତ ଯୁବକ ଜଣଙ୍କ ଘର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଢତା ଗ୍ରାମର ପ୍ରଫୁଲ ନାୟକ ଏବଂ ଯୁବକ ଜଣଙ୍କ ବିଭିନ୍ନ ସମୟରେ ସୁଯୋଗ ନେଇ ଲୋକଙ୍କୁ ଧମକାଇବା ଓ ଚୋରା କାର୍ଯ୍ୟ ରେ ଲିପ୍ତ ଥିବା ନେଇ ଅଞ୍ଚଳବାସି ଙ୍କ ଭିତରେ ଚର୍ଚ୍ଚା ହେଉଛି l ଏଭଳି ଘଟଣା କୁ ନେଇ ପୋଲିସ ସଠିକ ତଦନ୍ତ କରି ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଥିବା ବେଳେ ପୋଲିସ ଛାଡି ଦେଉଛି ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା କୁ ରହିଲା l