ହମ୍ପ ଓ ଷ୍ଟ୍ରିଟ ଲାଇଟ ପାଇଁ ଗ୍ରାମବାସୀ ଙ୍କ ଦାବି
ହରଭଙ୍ଗା( ଚିତ୍ତରଞ୍ଜନ ସିଂହ ).ଜାତୀୟ ରାଜପଥ 57ରେ ସଡ଼କ ଦୁର୍ଘଟଣା l ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚ କୁ ଧକ୍କା ଦେଲା କାର l ଅଳ୍ପକେ ବର୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ l ଉକ୍ତ ସ୍ଥାନରେ ହମ୍ପ ଓ ଷ୍ଟ୍ରିଟ ଲାଇଟ ଚାଲୁ ପାଇଁ ଗ୍ରାମବାସୀ ଙ୍କ ଉଠିଲା ଦାବି l ସୂଚନା ଅନୁଯାଇ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ରାମ୍ଭିକଟl ଛକ ଠାରେ ଆଜି ପୁରୀ ରୁ ବଲାଙ୍ଗୀର ଅଭିମୁଖେ (OD 13V2402)ନଂ ଥିବା ଏକ କାର ଯୋଗେ ଦୁଇଜଣ କୋଣସି କାର୍ଯ୍ୟ ରେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଥିଲା ଫଳରେ ଗାଡି ରାସ୍ତା କଡରେ ଏକ ଗଛ ସହିତ ନିକଟରେ ଥିବା ତ୍ରିନାଥ ମଣ୍ଡପ ରେ ଥିବା ଦୁଇଟି ସିମେଣ୍ଟ ବେଞ୍ଚ କୁ ଧକ୍କା ଦେଇଥିଲା l
ଦୁର୍ଘଟଣା ରେ ଚାଳକ ଓ ବସିଥିବା ଅନ୍ୟ ଏକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ଆଗ ଭାଗ ନଷ୍ଟ ହୋଇ ଜଣା ପଡିଛି l ଅନ୍ୟ ପଟେ ଏକ ସପ୍ତାହ ପୂର୍ବରୁ ଏହି ସ୍ଥାନରେ ବାଇକ ଦୁର୍ଘଟଣା ରେ ଜଣକ ର ମୃତ୍ୟୁ ହୋଇଥିଲା l ଉକ୍ତ ରାମ୍ଭିକଟl ଛକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ l ଜଗନ୍ନାଥ ସଡ଼କ କୁ ସଂଯୋଗ କରିବା ସହିତ ସମ୍ପୋଚ ପଞ୍ଚାୟତ ର ସମସ୍ତ ଗ୍ରାମକୁ ଏହି ରାସ୍ତାରେ ଯିବା ଆସିବା, ସ୍କୁଲ, କଲେଜ କୁ ମଧ୍ୟ ପ୍ରତିଦିନ ଏହି ରାସ୍ତାରେ ଛାତ୍ର ଛାତ୍ରୀ ଯିବା ଆସିବା କରିବା ସହିତ ଉକ୍ତ ଛକ ଉପରେ ଗାଡ଼ିରେ ଯିବା ଉପରେ ନିର୍ଭର କରନ୍ତି l ଜନ ଗହଳି ଛକ ହୋଇଥିବା ରୁ ଉକ୍ତ ସ୍ଥାନରେ ହମ୍ପ ଓ ବର୍ଷ ବର୍ଷ ଧରି ଅଚଳ ଥିବା ଷ୍ଟ୍ରିଟ ଲାଇଟ ସଚଳ କରିବା ପାଇଁ ରାମ୍ଭିକଟl ଗ୍ରାମବାସୀ ସହିତ ବିଜୁଳିମରା ମଠ ର ସମସ୍ତ ସଦସ୍ୟ ଅଭିଯୋଗ ଆଣିଛନ୍ତି l