ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାର ବିଭ ନେଇ ଆଜି ବିଜୁ ଜନତାଦଳ ପକ୍ଷରୁ ବୌଦ୍ଧସ୍ଥ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇ ଜିଲ୍ଲାର ଅତ୍ୟନ୍ତ ସ୍ପର୍ଶକାତର କଥା ଉପରେ ଆଲୋକପାତ କରାଯାଇ ଛି ଏବଂ ରାଜ୍ୟର ଡବଲ ଇଞ୍ଜିନ ସରକାରର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଯାଇଛି l ପ୍ରଥମତଃ ସର୍ବଶିକ୍ଷା ଅଭିଯାନରେ ପ୍ରତ୍ୟେକ ବର୍ଷ ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ମୋଜା ବଣ୍ଟନ କରାଯାଇଥାଏ l ମାତ୍ର ଅଗଷ୍ଟ ସରିବାକୁ ବସିଲାଣି , ଶିକ୍ଷାବର୍ଷର ପାଖା ପାଖି ଅଧା ସମୟ ସରିବାକୁ ବସିଲାଣି , ଏଯାବତ ଏ ଜିଲ୍ଲାର କୋମଳମତି ଶିଶୁ , ଯେଉଁମାନେ ଆମ ଦେଶର ଭବିଷ୍ୟତ , ସେହିମାନଙ୍କ ସହ ମଧ୍ୟ ପ୍ରତାରଣା କରିବାକୁ ରାଜ୍ୟର ଡବଲ ଇଞ୍ଜିନସରକାର ପଛଘୁଞ୍ଚା ଦେଇନାହିଁ l
ଏ ଯାବତ ପୋଷାକ ଅଥବା ଜୋତା ମୋଜା ମିଳିଲାନାହିଁ l ସମସ୍ତେ ଜାଣନ୍ତି ଏ ସରକାର ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କ ସହ , ବିଜୁଳି ବିଲ 300 ୟୁନିଟ ଛାଡ଼ କରିବ ଏବଂ ବାର୍ଦ୍ଧକ୍ୟ , ବିକଳାଙ୍ଗ , ବିଧବା ଭତ୍ତା ତିନି ହଜାର ଦେବ କହି କହି ସାରା ଓଡିଶାବାସୀଙ୍କ ସହ ପ୍ରତାରଣା କରି ସା ରିଛି ମାତ୍ର ଅଧୁନା ଛାତ୍ର ଛାତ୍ରୀଙ୍କୁ ପ୍ରତାରିତ କରିବା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ lଠିକ ସେହିଭଳି ଏହି ଜିଲ୍ଲା ପ୍ରତି ପ୍ରକୃତିର ଅବଦାନ ଅତୁଳନୀୟ l ଏହି ଜିଲ୍ଲାଦେଈ ସର୍ବାଧିକଦୈର୍ଘ୍ୟ ପ୍ରବାହିତ ମହାନଦୀ l ଏହି ମହାନଦୀ କୂଳରେ ଭରିହୋଇ ରହିଛି ବାଲୁକା ସମ୍ପଦ l ସାରା ରାଜ୍ୟର ଚିତ୍ରଠାରୁ ବୌଦ୍ଧର ଚିତ୍ର କିଛି ଭିନ୍ନନୁହେଁ , ଏଠୁ ଅବାଧରେ ଚାଲିଛି ବାଲିର ଚୋରାଚାଲାଣ l ଏ ଜିଲ୍ଲାରେ ଏକ ମାଇନିଙ୍ଗ ବିଭାଗ ଓ ରାଜସ୍ୱ ବିଭାଗ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ହୋଇ ହାତବାନ୍ଧି ବସିବା ଆଶ୍ଚର୍ଯ୍ୟର ବିଷୟ l
ସାଧାରଣତଃ ମୌସୁମୀ ସମୟରେ ନଦୀରୁ ବାଲିଉତ୍ତୋଳନ ବନ୍ଦଥାଏ ମାତ୍ର ବର୍ତମାନ ଯେଉଁଆଡ଼େ ଦେଖିବ ହରଭଙ୍ଗାରୁ କଣ୍ଟମାଳ ଯାଏଁ ବାଲିର କୃ ତ୍ରିମ ପାହାଡ଼ ଗଦା ହୋଇ ବେଆଇନ ବାଲି ଗଛିତ ହୋଇ ରହିଛି l ସାମାନ୍ୟ ବର୍ଷା ଛାଡିଲେ ନଦୀ ଭିତରୁ ବାଲି ଉତ୍ତୋଳନ ଚାଲିଛି lପ୍ରତ୍ୟହ ଜଗନ୍ନାଥ ସଡ଼କ ଏବଂ ଧଳପୁର ବ୍ରିଜ ଦେଈ ଶହ ଶହ ଟ୍ରିପ ବାଲି ଆଠମଳିକ ଦେଈ ବାହାର ଜିଲ୍ଲାକୁ ଚାଲାଣ ହେଉଛି l କନ୍ଧମାଳ ଦେଈ ପଡୋଶୀ ଆନ୍ଧ୍ରକୁ ଏବଂ କନ୍ଧମାଳ, ସମ୍ବଲପୁର, ଦେବଗଡ଼ ପ୍ରଭୃତି ଅଞ୍ଚଳକୁ ବାଲି ଚାଲାଣ ମଧ୍ୟ ହେଉଛି l ସମସ୍ତ ନିୟମ କାନୁନକୁ ଜଳାଞ୍ଜଳୀ ଦେଈ ମନଇଛା ଚାଲିଥିବା ବାଲିଉତ୍ତୋଳନର କୁ ପ୍ରଭାବ ନଦୀ ଉପରେ ତଥା ଜୈବବିବିଧତା ଉପରେ ପଡିବା ସହ ସାତକୋଶିଆଗଣ୍ଡ ଉପରେ ମଧ୍ୟ ନିଶ୍ଚିତ ଭାବରେ ପଡିବ l
ଆଇନନୁଯାୟୀ ଯେଉଁଅଞ୍ଚଳରୁ ଟେଣ୍ଡର ଦିଆଯାଇଛି ସେ ଅଞ୍ଚଳକୁ ଚିହ୍ନଟ କରି ବାଡ଼ଦେବା ଓ ଜିପିଏସ କ୍ୟାମେରା ଲଗେଇବାର ପ୍ରବଧାନଥିଲେ ମଧ୍ୟ ସେ କଥାପ୍ରତି ସମ୍ପୂର୍ଣ ଆଖିବୁଜି ଦେଇଛି ଖଣି ବିଭାଗ l ଏଣୁ ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ , ସମ୍ପୃକ୍ତବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିମିତ୍ତ ବିଜୁ ଜନତା ଦଳ ଦାବୀ କରୁଛି lସମ୍ପ୍ରତି ବୌଦ୍ଧ ଜିଲ୍ଲାରେ ଏକ ଅଦ୍ଭୁତ ପୂର୍ବ ଘଟଣା ଆରମ୍ଭ ହୋଇଛି l ବର୍ତ୍ତମାନ ପୁରୁଣା କଂଗ୍ରେସ ସରକାର ଭଳି ବୌଦ୍ଧରେ ଆରମ୍ଭ ହୋଇଛି ପିସି ଯୁଗର l ଉଭୟ ହରଭଙ୍ଗା ଓ ବୌଦ୍ଧ ବ୍ଲକରେ 25/30ପ୍ରତିଶତ ପିସି ନଦେଲେ ଫାଇଲ ଆଗକୁ ବଢୁନି l ପୂର୍ବ ସରକାର ଯେତେଉନ୍ନତି ମୂଳକ ଯୋଜନାରେ ଆମ ଜିଲ୍ଲାକୁ ଅର୍ଥବରାଦ କରିଥିଲେ, ନୂଆ ସରକାର ଆସିଲାପରେ ସମସ୍ତ ଉନ୍ନୟନ ଯୋଜନା ଠପ ହୋଇ ପଡ଼ିରହିଛି l
ଯାହାକାମ ହୋଇଛି ପଚିଶ ତିରିଶ ପ୍ରତିଶତ ପିସି ଆଗୁଆ ନଦେଲେ ଫାଇଲ ଘୁଞ୍ଚୁନି l ଏଇଥିରୁ ପ୍ରମାଣିତ ହେଉଛି ଏ ସରକାର କ୍ଷମତାକୁ ଆସିବାର ଦିନ କେଇଟା ନପୂରୁଣୁ କେମିତି ଦୁର୍ନୀତିର ପଙ୍କରେ ଉବୁଟୁବୁ ହୋଇକି ଅ ଛି l ସରକାର ଓ ପ୍ରଶାସନ ଉପରୋକ୍ତ ଘଟଣା ବଳି ସମ୍ପର୍କରେ ସବୁ ଜାଣିଶୁଣି ଆଖି ବୁଜି ଦୁର୍ନୀତିକୁ ପ୍ରଶୟ ଦେଈ ଚାଲିଛନ୍ତି l ଆମେ ବିଜୁ ଜନତାଦଳ ପକ୍ଷରୁ ଗଣମାଧ୍ୟମ ଜରିଆରେ ଉଭୟ ସରକାର ଓ ପ୍ରଶାସନକୁ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ଆଖି ଖୋଲିବା ପାଇଁ ନିବେଦନ କରୁଛୁ , ନହେଲେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଉଭୟ ସରକାର ଶାସକ ଦଳ ଓ ଶାସନ କଳ ଦାୟୀ ରହିବ l