ଧର୍ମଗଡ଼ :୨୯/୮ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ମଣ୍ଡଳ ବିଜେପି ପକ୍ଷରୁ ନୂତନ ସଦସ୍ୟ କର୍ମଶାଳା ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି କୁ ଅଧିକ ଶକ୍ତିଶାଳୀ ଓ ସୁଦୃଢ କରିବା ନେଇ ନୂତନ ସଦସ୍ୟ ପ୍ରଥମ ପର୍ଯ୍ୟାୟ ଅଭିଯାନ ସେପ୍ଟେମ୍ବର ଏକ ତାରିଖ ଠାରୁ ପଚିଶ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୁରୁବାର ଦିନ ନଗର ବିଜେପି ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସ୍ଥାନିୟ ବିଜେପି କାର୍ଯ୍ୟାଳୟ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହି ସଦସ୍ୟ ଅଭିଯାନ କର୍ମଶାଳା ରେ ରାଷ୍ଟ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ଵାଗ, ନଗର ପାଲ ଅଶୋକ ମହାନ୍ତି, ନଗର ପ୍ରଭାରୀ ଶିଶୁ ଦେବ ମୁଣ୍ଡ, ଚିନ୍ତା ମଣି ପାତ୍ର, କାଉନସିଲର ପ୍ରବୀଣ ପଣ୍ଡା ଓ ରତ୍ନା ପାତ୍ର, ଜିଲ୍ଲା ଯୁବ ମୂର୍ଚ୍ଛା ଉପସଭାପତି ମନିଦ୍ର ଭୂଷଣ ପାତ୍ର ପର୍ଲା ମଣ୍ଡଳ ପ୍ରଭାରୀ ଜନ୍ମେଜୟ ନାଏକ, ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ, ନଗର ସାଧାରଣ ସମ୍ପାଦକ ଡମ୍ବରୁ ଠାକୁର ଏଵଂ ଘନଶ୍ୟାମ ଭାଟି, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଷ୍ଣୁ ଧଙ୍ଗଡା ମାଝୀ , ନଗର କୃଷକ ମୋର୍ଚ୍ଚା ସଭାପତି ବାଞ୍ଛାନିଧି ଯୋଶୀ, ନଗର ଯୁବମୋର୍ଚ୍ଚା ସଭାପତି ସୈାରଭ ମିତ୍ତଲ ନଗର ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର, ମହିଳା ନେତ୍ରୀ ମମତା ମେହେର ପ୍ରମୁଖ ଯୋଗ ଦେଇଥିଲେ ନଗର ର ୧୩ ଗୋଟି ବୁଥ ରେ ଘର ଘର ବୁଲି ନୂତନ ସଭ୍ୟ ସଂଖ୍ୟା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ମହିଳା ଓ ଯୁବକମାନଙ୍କୁ ଦଳରେ ନୂତନ ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ୧୩ ଗୋଟି ବୁଥ ର କମଳା ନାଏକ, ନିରାକରଣ ନାଏକ ,ଯୈଵନ ମାଝୀ, ଅନିଲ ଅଗ୍ରୱାଲ, ପ୍ରଶନ୍ନ ମୁଣ୍ଡା ସମେତ ଵହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।