ବିଷମ କଟକ,୧।୯(ରମାକାନ୍ତ ପୋଡାଳ )ରାଜ ପୁରୋହିତ ଶ୍ରିବାସ୍ତଲୋଚନ ହୋତାଙ୍କ ପତ୍ନୀ ତଥା ଧର୍ମ ପରାୟଣ ମହିଳା ଶାନ୍ତି ଲତା ହୋତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି।ଗତକାଲି ସେ ଲାଞ୍ଜିଗଡ ସ୍ଥିତ ନିଜ ବାସ ଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା I ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଗଡ ଜାତ ଅଞ୍ଚଳ ଭାବରେ ଲାଞ୍ଜିଗଡ ରାଜ ବଂଶର ପୁରୋହିତ ସ୍ୱର୍ଗତ ଶ୍ରିବସ୍ତ ଲୋଚନ ହୋତାଙ୍କ ପତ୍ନି ଶାନ୍ତିଲତା ହୋତା,ସେ ଜଣେ ସ୍ନେହୀ, ସରଳ ଓ ଆମାୟିକ ବ୍ୟକ୍ତିତ୍ଵ ର ଅଧିକାରିଣୀ ଥିଲେ।ତାଙ୍କର ମରଶରୀରକୁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।
ଏହି ଦୁଃଖଦ ସମୟରେ ତାଙ୍କ ପୁଅ ଭଗବାନ ହୋତା, ପୁତୁରା ନଳିନୀ ରଞ୍ଜନ ହୋତା, ଦାମୋଦର ରଥ ଟୁନା ରଥ ଓ ଜୋଇଁ ଭାଗିରଥି ମିଶ୍ର, ରାକେଶ ସତପଥି, କିରଣ ମିଶ୍ର ପ୍ରମୁଖ ପରିବାର ଲୋକେ ଉପସ୍ଥିତ ରହି ଥିବା ବେଳେ ଗ୍ରାମବାସୀ ସୁବାସ ଅଗ୍ରୱାଲ, କୃଷ୍ଣ ଚନ୍ଦ୍ର ମହାରଣାଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଶାନ୍ତି ଲତା ଦେବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତ ଶାନ୍ତି ଲତାଙ୍କ ଶେଷକୃତ୍ୟ ଜଗନ୍ନାଥ ଧାମ ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଥିବା ବେଳେ ପୁଅ ଭଗବାନ ହୋତା (ବୁଲୁ) ମୁଖାଗ୍ନି ଦେଇଥିଲେ।ଲତାଦେବୀଙ୍କ ଦେହାନ୍ତ ସମ୍ପର୍କରେ ଖବର ପାଇ କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରେ ଥୁବା ପ୍ରମୁଖ ବ୍ୟକ୍ତି ବିଶେଷ ଓ ଅମ୍ୱାଦଳା ପ୍ରେସ ୟୁନିୟନର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନେ ଶୋକ ପ୍ରକାଶ କରିବା ସହ ତାଙ୍କର ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି ।