କାଶୀପୁର; ୧/୯(ଅଞ୍ଜନ କୁମାର ନାଏକ )ସାରା ଦେଶରେ ଆଜି ଡ୍ରାଇଭର ଦିବସ ପାଳିତ ହେଉଥିବାବେଳେ ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ମଧ୍ୟ ଆଜି ଅଞ୍ଚଳ ର ଶତାଧିକ ମୋଟର କର୍ମଚାରୀ ଙ୍କୁ ନେଇ ବଡ଼ ଜାଖଜଖମ ର ସହ ଡ୍ରାଇଭର ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି ।
କାର୍ଯ୍ୟକ୍ରମ କୁ କାଶୀପୁର ଡ୍ରାଇଭର ସଙ୍ଘ ସଭାପତି ତଥା ରାୟଗଡା ଜିଲ୍ଲା ଡ୍ରାଇଭର ସଙ୍ଘ ଉପଦେଷ୍ଟା ଜଗି ଜୀବନ ନାଏକ ଙ୍କର ର ନେତୃତ୍ୱରେ ପ୍ରଥମେ ଅଞ୍ଚଳ ର ଶତାଧିକ ଡ୍ରାଇଭର ସ୍ଥାନୀୟ ମାଣିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଏକତ୍ରୀ ହେଇଥିଲେ । ସେଠାରେ ସମୂହ ଦ୍ବୀପ ପ୍ରଜ୍ବଳନ ତଥା ପୂଜାର୍ଚ୍ଚନା ପରେ ମନ୍ଦିର ଠାରୁ ଆଇଫାଡ ଛକ ପର୍ଯ୍ୟନ୍ତ ପଟୁଆର ରେ ଏକ ସଭାଯାତ୍ରା ବାହାରି ଆଇଫାଡ଼ ଛକ ରେ ସଙ୍ଘ କର୍ମଚାରୀ ମାନଙ୍କୁ ସଙ୍ଘ କର୍ମକର୍ତ୍ତା ଗଣ କିଛି ସଚେତନତା କାର୍ଯ୍ୟକ୍ରମ ସହିତ ଉପସ୍ଥିତ ମୋଟର କର୍ମଚାରୀ ଙ୍କୁ ସାମାଜିକ ମଙ୍ଗଳ କାର୍ଯ୍ୟ ରେ ଜଡିତ ରହିବା କୁ ଅନୁରୋଧ କରିଥିଲେ ।
ପୁଣି ଅଞ୍ଚଳ ରେ ସଙ୍ଘ ସଦସ୍ୟ ମାନେ ତଳଦିନ ରେ ଅଞ୍ଚଳରେ ଲୋକଙ୍କ ଆପଦ ସମୟ ରେ କିଭଳି ଅତୁଳନୀୟ ସେବା ଯୋଗାଇ ଜନସାଧାରଣ ପ୍ରିୟଭାଜନ ସେସବୁ ଉପରେ ମଧ୍ୟ ଆଲୋକପାତ କରିଥିଲେ । ପରବର୍ତ୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଡ୍ରାଇଭର ଦେଶ ର ଦ୍ଵିତୀୟ ସୈନିକ ଭାବେ କୌଣସି ଦୁର୍ଘଟଣା/ଆପତକାଳ/ ରକ୍ତଦାନ ଭଳି ମହତ କାର୍ଯ୍ୟ ରେ ନିଜକୁ ସମର୍ପିତ ରହିଥିବାବେଳେ ବିଭିନ୍ନ ସମୟରେ ସରକାର ଡ୍ରାଇଭର ମାନଙ୍କ ପ୍ରତି ବୈମାତୃକ ମାନଭାବ ପସଣ କରୁଥିବା ଅଭିଯୋଗ କରିଥିଲେ ।
ପୁଣି ଭାରତ ବର୍ଷ ରେ ଅନେକ ଦିବସ ପାଳନ ହେଉଥିବାବେଳେ ସରକାର ୧/୯ ତାରିଖ କୁ ଡ୍ରାଇଭର ଦିବସ ଭାବେ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି ଜଣାଇଥିଲେ । ଆଜିର ଉକ୍ତ କାର୍ଯ୍ୟକ୍ରମରେ ସଙ୍ଘ ର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରୁ ଯୋଗିଜିବନ ନାଏକ -ବ୍ଲକ ସଭାପତି, ଜଗରନାଥ ତୁରୁକ -ବ୍ଲକ ଉପସଭାପତି,ନୀଳକଣ୍ଠ ନାଏକ,ଅନିଲ ନାଏକ,କିଶୋର ଭୂଇୟା,ଚନ୍ଦ୍ର ଗୋପାଳ,ଅମର ଗୋପାଳ,କୃଷ୍ଣ ନାଏକ,ଆକାଶ ଗୋପାଳ,ସନ୍ତୋଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।