
୫୭ନମ୍ବର ଜାତୀୟ ରାଜପଥ ର ବହୁବିଧ ସମସ୍ୟା
ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ମରଣଯନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ । ବିଭିନ୍ନ ସମୟରେ ଘଟୁଛି ଛୋଟ ବଡ଼ ଦୁର୍ଘଟଣା ଯାଉଛି ଅନେକ ଜୀବନ । ଜାତୀୟ ରାଜପଥ ବିଭାଗ ପ୍ରତି ଜନସାଧାରଣ ଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିରରେ ବାରମ୍ବାର ଅଭିଯୋଗ l ମିଳୁଛି କେବଳ ପ୍ରତିଶୃତି lସୂଚନା ଅନୁଯାଇ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ଦେଇ ଯାଇଛି ଓ ହରଭଙ୍ଗା ବ୍ଲକ ଦେଇ ଏହି ରାସ୍ତା ୭୦ରୁ ଉର୍ଦ୍ଧ କିଲୋମିଟର ଲମ୍ବି ଯାଇଛି ।
ଏବେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବ କାରଣ ରୁ ରାସ୍ତା ର ବିଭିନ୍ନ ସ୍ଥାନରେ ଖାଲଖମା ଦେଖିବାକୁ ମିଳିଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳ ଗୁଡିକ ରେ ରାସ୍ତା କଡ ର ଡିଭାଇଡର କେଉଁଠି ଭାଙ୍ଗି ଯାଇଥିବା ବେଳେ କେଉଁଠି ଚୋରି ହୋଇଯାଇଥିବାର ଦେଖିବାକୁ ମିଳୁଛି । ଠିକାଦାର ପୋଷ ନୀତି ନେଇ ଚାଲିଛି ନିମ୍ନ ମାନର କାର୍ଯ୍ୟ ଓ ମରାମତି । ଅନ୍ୟପଟେ ରାସ୍ତା ଉପରେ ସ୍କୁଲ, କଲେଜ, ମନ୍ଦିର,ବଜାର, ହାଟ,ଗାଁ ଓ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ନାହିଁ ସୂଚନା ଫଳକ ଯାହାଦ୍ଵାରା ରାଜପଥ ଉପରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବା ପାଇଁ ମିଳୁଛି ଓ ଚୋରି ଡକାୟତି ବଢ଼ିବାରେ ଲାଗିଛି । ଅନ୍ୟପଟେ ସହର ସ୍ଥାନ ଗୁଡିକରେ ଡ୍ରେନ ଓ ସାଧାରଣ ଲୋକଙ୍କ ପାଇଁ ଚଲାପଥ କରିବା ପାଇଁ ନିୟମ ଥିଲେ ତାହା ମଧ୍ୟ ଦୀର୍ଘ ବର୍ଷ ହେଲା ସାରି ପାରୁନି ବିଭାଗ ।
ଅଚଳ ହୋଇ ପଡିଛି ସୋଲାର ଷ୍ଟ୍ରିଟ ଲାଇଟ ।ପୁରୁଣାକଟକ, ନୂଆପଡା, ରlମ୍ଭିକଟା ଭଳି ଚାରିଛକ ର ହରଭଙ୍ଗାବ୍ଲକକାର୍ଯ୍ୟାଳୟ ,ଗୋଳେଇ ଛକ, ଦୁଇଟି ଯାକ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଆଗରେ ଲାଗିଥିବା ଲାଇଟ ଜଳୁନାହିଁ l ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବ ଓ ତଦାରଖ ଅଭାବ ରୁ ଏଭଳି ଅସୁବିଧା ଜାତୀୟ ରାଜପଥ ରେ ଲାଗି ରହିଛି ଯାହାଫଳରେ ବିଭିନ୍ନ ସମୟରେ ବଡ ବଡ ଦୁର୍ଘଟଣା ଲାଗି ରହିଛି l ତେଣୁ ଜାତୀୟ ରାଜପଥ ଚାରିଛକ ରାସ୍ତା, ଷ୍ଟ୍ରିଟ ଲାଇଟ, ଡ୍ରେନେଜ ସମସ୍ୟା ନେଇ ବିନାୟକ ଯୁବକ ସଂଘ ଓ ରାମସେନା ଏବଂ ମା ଦୁର୍ଗା ବଣିକ ସଂଘ ପକ୍ଷରୁ ଗତ ମାସ 12/8 ରେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିରରେ ଅଭିଯୋଗ ଆଣିଥିଲେ l
ଅଭିଯୋଗ କୁ ଭିତ୍ତି କରି ବିଭାଗୀୟ ଅଧିକାରୀ ଙ୍କୁ 15ଦିନ ଭିତରେ ସମସ୍ୟା ସମାଧାନ କରିବା ପାଇଁ ନିର୍ଦେଶ ଦେବା ସହିତ ଅଭିଯୋଗ କାରି ଙ୍କୁ ପ୍ରତିଶୃତି ଦେଇଥିଲେ l କିନ୍ତୁ ଆଜକୁ ପ୍ରାୟ 20ଦିନରୁ ଅଧିକ ସମୟ ବିତି ଯାଇଥିଲେ ବି NH ବିଭାଗ ଜିଲ୍ଲା ପାଳ ଙ୍କ ନିର୍ଦେଶ କୁ ପାଳନ କରିନ ଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l
ଅନ୍ୟ ପଟେ ସମସ୍ୟା ର ସମାଧାନ ହୋଇନଥିବାରୁ ଆଜି ପୁଣି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହୋଇଥିବା ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିରରେ ଉକ୍ତ ତିନି ସଂଘ ପକ୍ଷରୁ ପୁନର୍ବାର ଜାତୀୟ ରାଜପଥ ର ପୂର୍ବ ସମସ୍ୟା ନେଇ ଅଭିଯୋଗ କରିଥିଲେ ଓ ଅଭିଯୋଗ କୁ ଭିତ୍ତି କରି ଜିଲ୍ଲା ପାଳ ସମସ୍ୟାର ସମାଧାନ କରିବାପାଇଁ 7ଦିନ ସମୟ ଦେଇଥିଲେ l ଏପଟେ ସଙ୍ଗେ ସଙ୍ଗେ ସମସ୍ୟା ର ସମାଧାନ ପାଇଁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରକାର ହାତକୁ ନେଇଥିବା ବେଳେ ବାରମ୍ବାର ପ୍ରତିଶୃତି ମିଳୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ଓ ଚାରିଛକ ସମସ୍ୟା ପ୍ରତିଶୃତି କେତେଦିନ ଭିତରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା l