
କେସିଙ୍ଗା ; (ପ୍ରୀତେଶ ପଟେଲ)ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲା ବହାଦୁର ପଦର ପଲକା ପଡା ଗ୍ରାମବାସୀ ବେଶ ହସଖୁସି ର ସହିତ ନୂଆଖାଇ ଖାଇଛନ୍ତି । ସର୍ବ ପ୍ରଥମେ ପଥର୍ଲା ଗୌନ୍ତିଆ ଦୈପାଲ ମାଝୀ ଗାଁ ର ଇଷ୍ଟ ଦେବଦେବୀ ଖମ୍ବେଶ୍ଵରୀ, ଗମଖାଇ, କାଳୀ ସୁନ୍ଦରୀ,ବୁଡ଼ାରାଜା ଆଦି ଙ୍କୁ ପୂଜାର୍ଚନା କରିଥାନ୍ତି । ଇଷ୍ଟ ଦେବଦେବୀ ଙ୍କୁ ନବାର୍ଣ୍ଣ ଭୋଗ ଲାଗିଥିଲା ପରେ ଗାଁ ବୟୋଜ୍ୟୋଷ୍ଠ ଲୋକ ଏବଂ ଜନସାଧାରଣ ନିଜନିଜ ପୂର୍ବ ପୁରୁଷ ଇଷ୍ଟ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରି କୁରେ ପତ୍ରରେ ନବାର୍ଣ ଭୋଗ ଲଗାଇଥିଲେ ।
ପରେ ଗାଁ ଗୌନ୍ତିଆ ପରିବାର ଙ୍କ ସମେତ ପଥର୍ଲା ବହାଦୁର ପଦର ଏବଂ ପଲକା ପଡା ଲୋକେ ବେଶ ହସ ଖିସି ସହିତ ନିଜ ନିଜ ପରିବାର ସହ ଏକତ୍ରିତ ହୋଇ ନବାର୍ଣ୍ଣ ଭକ୍ଷଣ କରିଥାନ୍ତି |ପରେ ନୂଆଖାଇ ଜୁହାର ର ଭେଟଘାଟ ହୋଇଥାଏ ।|ଛୋଟ ମାନେ ବଡ ଲୋକ ଙ୍କୁ ଆଶ୍ରିବାଦ ଭିକ୍ଷା କରିଥାନ୍ତି | ପରେ ଗାଁ ରେ କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ଦୋଳ ମହୁରୀ ଲିଶାନ ବାଜା ରେ ସାରା ପୁରପଲ୍ଲୀ କମ୍ପି ଥାଏ |
ଦୀର୍ଘ ବର୍ଷ ପୂର୍ବରୁ ନାଗବଂଶ ରାଜା ଙ୍କ ଶାସନ କାଳ ରୁ ପଥର୍ଲା ଗାଁ ଲୋକେ ସର୍ବ ପ୍ରଥମେ ନୂଆଖାଇ ପାଳନ କରି ଆସୁଅଛନ୍ତି | ପଥର୍ଲା ଗୌନ୍ତିଆ ଙ୍କୁ ନାଗ ବଂଶୀୟ ରାଜା ନିଜ ଇଛା ଅନୁସାରେ କିଛି ଉପହାର ଦେବାକୁ ଚାହିଁବାରୁ ଗୌନ୍ତିଆ ସର୍ବ ପ୍ରଥମେ ପଶ୍ଚିମ ଓଡିଶା ର ନୂଆଖାଇ ପର୍ବ ସେ ପାଳନ କରିବେ ବୋଲି ରାଜା ଙ୍କୁ ନିଜ ଇଛା ପ୍ରକାଶ କରିଥିଲେ ସେହି ଉପହାର ସ୍ୱରପ ପଥର୍ଲା ସମେତ ଅନ୍ୟ ଦୁଇଟି ଗ୍ରାମ ବାସି ପ୍ରଥମେ ନୂଆଖାଇ ଥାଆନ୍ତି ।