
ହରଭଙ୍ଗା ୪ /୯ (ଚିତ୍ତ ରଞ୍ଜନ ସିଂ )ମୃତ୍ୟୁ ଏମିତି ବି ଆସେ l କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣି ପାରନ୍ତି ନାହିଁ l କିଏ ମେଡିକାଲ ରେ ତ କିଏ ଘରେ ଜୀବନ ହରନ୍ତି l ଆମେ କହୁଚୁ ଜଣେ ଚାଷୀ ନିଜ ବିଲ କୁ କାମ କରିବାକୁ ଯାଇ ଜୀବନ ହାରିଥିବା ଭଳି ଦୁଖଃଦ ଖବର ସାମ୍ନା କୁ ଆସିଛି l ଘଟଣା ଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ବୁଢ଼ିକଣ ଗ୍ରାମରେ l ଗ୍ରାମର ଜଗନ୍ନାଥ ଗାଈଗୌରିଆ 50 ବର୍ଷ ବୟସ ଯୁବକ ଜଣଙ୍କ ସବୁଦିନ ପରି ଆଜି ମଧ୍ୟ ନିଜ ବିଲ କୁ କାମ କରିବାକୁ ଯାଇଥିଲେ l
କୌଣସି କାରଣ ବଶତଃ ଯୁବକ ଜଣଙ୍କ ବିଲ ହିଡ଼ ରୁ ଖସି ପଡ଼ିଥିଲେ l ଫଳରେ ଯୁବକ ଜଣଙ୍କ ସେଇ ଅବସ୍ଥାରେ ପାଣି ଭିତରେ ପଡିରହିଥିଲେ ବୋଲି ପରିବାର ଲୋକ କହିଛନ୍ତି l ଏପଟେ ସ୍ଥାନୀୟ ଲୋକ ଯୁବକ ଙ୍କ ଅବସ୍ଥା କୁ ଦେଖି ତୁରନ୍ତ ଉଦ୍ଧାର କରି ନିକଟସ୍ତ ଧଳପୁର ମେଡିକାଲ ଆଣିଥିଲେ ମଧ୍ୟ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ l ଘଟଣା କୁ ନେଇ ହରଭଙ୍ଗା ଥାନା ପୋଲିସ ପହଁଚି ମୃତ ଶବ ଜବତ କରି ପୋଷ୍ଟବୋଟମ ପାଇଁ ବୌଦ୍ଧ ପଠାଇଥିବା ବେଳେ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି l ଏବଂ ପୋଷ୍ଟ ବୋଟମ ରିପୋର୍ଟ ଆସିଲେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l