ହରଭଙ୍ଗା 4/9/(ଚିତ୍ତ ରଞ୍ଜନ ସିଂ )ବୁଧବାର ଦିନ 11:30 ମିନିଟ ସମୟରେ ବୌଦ୍ଧ ଜିଲ୍ଲା ବିଜେପି ର 9 ନଂ ମଣ୍ଡଳର ସଦସ୍ୟତା ଅଭିଯାନ କର୍ମଶାଳା ଆଡେଣିଗଡ଼ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ସଦସ୍ୟତା ଗ୍ରହଣ କରିବା ସହ କେନ୍ଦ୍ର ରେ ମୋଦୀ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କଳାପ ଉପରେ ଆଲୋକପାତ କରାଯାଇଥିଲା।

ମୋଦୀ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରିବା ସହିତ କିପରି ଅଧିକ ରୁ ଅଧିକ ସଦସ୍ୟ ବିଜେପି ଦଳ ରେ ସାମିଲ ହେବେ ସେ ନେଇ 9 ନମ୍ବର ଜୋନ ର ମଣ୍ଡଳ ସଭାପତି ତପନ ଡାଙ୍ଗ ଜନସାଧାରଣ ଙ୍କୁ ଉପଦେଶ ଦେଇଥିଲେ। ଏଣୁ ସ୍ୱତ ପ୍ରବୃତ ଭାବେ ବହୁ ଲୋକ ଏହି ସଦସ୍ୟତା ଗ୍ରହଣ କରିବାର ଦେଖିବାକୁ ମିଳିଥିଲା।

ମଣ୍ଡଳ ସଭାପତି ତପନ ଡାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ରଞ୍ଜନ କୁମାର ସାହୁ, ପତିତପାବନ ମଲିକ, ରମେଶ ଚନ୍ଦ୍ର ସାହୁ, ମଧୁସୂଦନ ସାହୁ, ପ୍ରଫୁଲ୍ଲ ପ୍ରଧାନ, କେଦାରନାଥ ପ୍ରଧାନ, ସୁଧାଂଶୁ ରଥ, ବିଜୟ କନ୍ହର, ସୁରେନ୍ଦ୍ର ମାର୍ଥା, ସାଧୁ ବେହେରା, ସୁଧୀର ବେହେରା, ମନ୍ମଥ ନାୟକଙ୍କ ସମେତ 9 ନଂ ମଣ୍ଡଳର ଅନେକ କର୍ମୀ ଯୋଗ ଦେଇଥିଲେ | ଜିଲ୍ଲାରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ଅଧିକରୁ ଅଧିକ ସଦସ୍ୟ ଯୋଡିବା ପାଇଁଁ କର୍ମୀ ମାନଙ୍କୁ ଅନୁରୋଧ କରା ଯାଇଥିଲା l