ହରଭଙ୍ଗା 7/9 (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଥାନା ଦେବଗଡ଼ ସ୍ଥିତ ଶ୍ରୀ ରଘୁନାଥ ଜୀୟୁ ମନ୍ଦିର ରୁ ତାଲା ଭାଙ୍ଗି କିଛି ଜିନିଷ ଚୋରି ହୋଇଥିବା ନେଇ ବୌଦ୍ଧ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅଭିଯୋଗ ଅନୁଯାଇ ଶୁକ୍ରବାର ବିଳମ୍ବିତ ରାତ୍ରି ରେ କିଛି ଦୁର୍ବୁର୍ତ୍ତ ମନ୍ଦିର ତାଲା ଭାଙ୍ଗି ପଶିଥିଲେ l ପରିସରରେ ଥିବା ରାମ ମନ୍ଦିର,ଜଗନ୍ନାଥ ମନ୍ଦିର, ରୋଷେଇ ଘର,ଆଦି ତାଲା ଭାଙ୍ଗିଥିଲେ l
ମନ୍ଦିର ଭିତରେ କୌଣସି ମୂଲ୍ୟବାନ ଜିନିଷ ନଥିବାରୁ ଶେଷରେ ଦାମୀ ଜାଗର କୁ ନେଇ ଯାଇଥିଲେ l ମନ୍ଦିର ପୂଜକ ସକାଳୁ ଦେଖିବା ପରେ ଗ୍ରାମବାସୀ ଙ୍କୁ ଘଟଣା ସମ୍ପର୍କ ରେ ଜଣାଇଥିଲେ। ଗ୍ରାମବାସୀ ଘଟଣା ସମ୍ପର୍କ ରେ ବୌଦ୍ଧ ଆଦର୍ଶ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ବୌଦ୍ଧ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛି l