ହରଭଙ୍ଗା 7/9(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ଯାଗାରେ ବିଘ୍ନରାଜ ଙ୍କ ପୂଜା ମହାଆଡମ୍ବର ରେ ପାଳିତ ହୋଇଯାଇଛି।ବ୍ଲକ ର ଚାରିଛକ ମହାବିନାୟକ ଯୁବକ ସଂଘ ପକ୍ଷରୁ ମଧ୍ୟ ମହା ଆଡମ୍ବରରେ ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କମିଟି ପକ୍ଷରୁ ୧୨ଫୁଟ ର ମୃତ୍ତି କରାଯାଇ ଥିବା ବେଳେ ୯ଦିନ ବ୍ୟାପି ମଣ୍ଡପ ରେ ପୂଜା ଅନୁଷ୍ଠିତ ହେବ ।

ପୂଜାର କର୍ତ୍ତା ଭାବେ କମିଟି ର ଉପସଭାପତି ମାନସ ରଞ୍ଜନ ବେହେରା କାର୍ଯ୍ୟ ତୁଲାଇ ଥିବା ବେଳେ ବିନାୟକ ଯୁବକ ସଂଘ ଓ ରାମ ସେନାର,ମା ଦୁର୍ଗା ବଣିକ ସଂଘ ର ସଦସ୍ୟମାନେ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ କମିଟି ପକ୍ଷରୁ କୁନିକୁନି କଳାକାର ଙ୍କୁ ନେଇ ନୃତ୍ୟ ଓ ସ୍ଥାନୀୟ ସଂକୀର୍ତ୍ତନ ଦଳ ଙ୍କୁ ନେଇ ନାମ ସଂକୀର୍ତ୍ତନ ପରିବେଷଣ ହେବ ।

ଅନ୍ୟପଟେ ଆସନ୍ତା ୯ ତାରିଖ ସୋମବାର ଦିନ ସନ୍ଧ୍ୟା ସମୟରେ ଭୁବନେଶ୍ୱର ରୁ ଆସିଥିବା ମଲ୍ଲାର ସଙ୍ଗୀତ ମୂର୍ଚ୍ଚନା ସଂଗଠନ ଦ୍ଵାରା ସଙ୍ଗୀତ ସନ୍ଧ୍ୟା ପରିବେଷଣ କରାଯିବ। ଆଗାମୀ ୧୫ତାରିଖ ରେ ପ୍ରଭୁଙ୍କ ବିସର୍ଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ବ୍ଲକ ର ପ୍ରତ୍ୟକ ସରକାରୀ ଓ ବେସରକାରୀ ଶିକ୍ଷନୁଷ୍ଠାନ ସହିତ ତଳଗାଁ, ବଦଳାସାହି, ମାଧପୁର, ରାଣୀଗଞ୍ଜ, ଆଡ଼େନିଗଡ଼, ପୁରୁଣାକଟକ, ହରଭଙ୍ଗା, କୁସଙ୍ଗ, ଛତ୍ରଙ୍ଗ, ତିଳେଶ୍ୱର, ଲୁଣିବାହାଲ,ବିରନରସିଂହପୁର, ମଥୁରା, ଶାମ୍ପୂଚ, ସରସରା, ବୁଟପାଲି ରେ ମଧ୍ୟ ଗଣେଶପୂଜା ଧୁମଧାମ ରେ ପାଳିତ ହୋଇଯାଇଛି। ଏବଂ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ ସମସ୍ତ କମିଟି ପକ୍ଷରୁ ସୂଚନା ମିଳିଛି।