ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ନୁଆଁଖାଇ ପାଇଁ ସାରା ପଶ୍ଚିମ ଓଡିଶା ଚଲ ଚଞ୍ଚଳ ହୋଇ ଉଠିଛି l ଏନେଇ ସୁବର୍ଣ୍ଣପୁର ଜିଲ୍ଲା ରେ ମଧ୍ୟ ଆନନ୍ଦ ଉଲ୍ଲାସ ଦେଖାଦେଇଛି l ରୀତି, ନିତୀ ଓ ପରମ୍ପରା ଅନୁସାରେ ନିର୍ଦ୍ଧାରିତ ଲଗ୍ନରେ ସୁବର୍ଣ୍ଣପୁର ଜିଲ୍ଲା ତଥା ଗଡଜାତର ଇଷ୍ଟଦେବୀ ମାଁ ସମଲେଇଶ୍ୱରୀ ଙ୍କ ପିଠରୁ ପାହୁର ଶୋଭାଯାତ୍ରା ଧୁମ୍ ଧାମ୍ ଭାବରେ ଆରମ୍ଭ ହୋଇଛି l

ସୋନପୁର ଗଡଜାତ ରେ ଆଜି ନୁଆଁଖାଇ ରେ ଇଷ୍ଟଦେବି ମାଁ ସୁରେଶ୍ୱରୀ ଙ୍କ ସମେତ ସହର ର ଅଷ୍ଟଚଣ୍ଡି ଙ୍କ ପାଖରେ ନବାନ୍ନ ଲାଗିହେଲା ପରେ ଅଞ୍ଚଳ ବାସୀ ନବାନ୍ନ ଗ୍ରହଣ କରିବା ପରମ୍ପରା ରହିଛି । ସେଥିପାଇଁ ଆଜି ନୁଆଁଖାଇ ଦିନ ନିର୍ଦ୍ଧାରିତ ଲଗ୍ନରେ ମାଁ ସମଲେଇଶ୍ୱରୀଙ୍କ ପିଠରୁ ଆନନ୍ଦ ଉଲ୍ଲାସ ସହିତ ଶୋଭାଯାତ୍ରା ରେ ଦେବାଦେବୀ ଙ୍କ ନୁଆଁ ଭୋଗ ପାଇଁ ପାହୁର ଅଷ୍ଟଚଣ୍ଡିଙ୍କ ପୀଠକୁ ପହଂଚି ଥିବା ବେଳେ ଅଂଚଳ ବାସୀ ତଥା ସୋନପୁର ଗଡଜାତ ସମେତ ପଚଂରା ବାସୀ ନୁଆଁଖାଇ ପର୍ବ ଆରମ୍ଭ କରିଛନ୍ତି l