ହରଭଙ୍ଗା ୯/୯ (ଚିତ୍ତ ରଞ୍ଜନ ସିଂ )ବିଷଧର ସାପ କାମୁଡ଼ା ରେ ଗୋଟିଏ ପରିବାର ର ୩ ଭଉଣୀ ମୃତ । ବାପା ଗୁରୁତର ଅବସ୍ଥା ରେ ବୁର୍ଲା ସ୍ଥାନାନ୍ତର । ସୁଧିରେଖା, ସୁଭରେଖା, ସୁରଭି ମଲ୍ଲିକ ମୃତ ୩ଭଉଣୀ ହୋଇଥିବା ବେଳେ ସଳେନ୍ଦ୍ର ମଲ୍ଲିକ ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବଘିଆପଡା ଫାଣ୍ଡି ଟିକରପଡା ପଞ୍ଚାୟତ ଚେରୁଆପାଲି ଗ୍ରାମରେ ଘଟଣା ।

ସୂଚନାମୁତାବକ ଗତକାଲି ରାତିରେ ଚେରୁଆ ଗ୍ରାମର ଗୋଟିଏ ପରିବାର ୩ଭଉଣୀ ଓ ବାପା ଖାଇସାରି ଏକାଠି ଗୋଟିଏ ଘରେ ସୋଇଥିଲେ । ରାତିରେ ହଠାତ ଘରକୁ ଏକ ବୁଷଧର ସାପ ପଶି ଆସି ଥିବା ବେଳେ ସୋଇଥିବା ଅବସ୍ଥାରେ ଏକା ବେଳେ ୪ଜଣ ଙ୍କୁ କାମୁଡ଼ି ଦେଇଥିଲା ।

ଏହା ଜାଣିବା ପରେ ଗ୍ରାମବାସୀ ସମସ୍ତେ ୪ଜଣଙ୍କୁ ବୌଦ୍ଧ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରିଥିଲେ । ଡାକ୍ତରଖାନା ରେ ଡାକ୍ତର ୩ଜଣ ଭଉଣୀ ଙ୍କୁ ମୃତ ଘୋଷଣା କରିଥିବା ବେଳେ ବାପା ସଳେନ୍ଦ୍ର ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରିଥିଲେ । ଗୋଟିଏ ପରିବାର ଏକାଥରେ ୩ଜଣ ଭଉଣୀ ମୃତ ଖବର ଜାଣିବା ପରେ ଗ୍ରାମରେ ଶୋକ ର ପରିବେଶ ସୃଟି ହୋଇଛି ।