କାଶୀପୁର ; (ଅଞ୍ଜନ କୁମାର ନାଏକ)୧୦/୯/୨୪. ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ହରିଶ ବି. ସି,ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ସମିତି ଅଧ୍ୟକ୍ଷ କଣ୍ଠମାଝି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଡାକ୍ତର ଲାଲ ମୋହନ ରାଉତରାୟ ଙ୍କର ଉପସ୍ଥିତ ରେ ଶୁଣାଣି ହେଇଯାଇଥିଲା l

କାର୍ଯ୍ୟକ୍ରମ ରେ ମୋଟ ୧୦୨ ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୯୧ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି l ଏହାପରେ ଜିଲ୍ଲାପାଳ ଶ୍ରୀମତୀ ପଟୱାରି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ lଏହି ଅଭିଯୋଗ ଶିବିରରେ ତଳଦିନ ରେ ବ୍ଲକ ଅନ୍ତର୍ଗତ ଏକାଧିକ ଗ୍ରାମପଞ୍ଚାୟତ ରେ ଏମ ଜି ଏନ ଆର ଜି ଏ ଦୁର୍ନୀତି କୁ ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ ସାମ୍ବାଦିକ ଅଞ୍ଜନ ନାଏକ, ଗୋଲକ ବିହାରୀ ସାମନ୍ତରାୟ ଓ ସତ୍ୟନାରାୟଣ ସାହୁ ପ୍ରାୟ ଦୁଇ କୋଟି ରୁ ଉର୍ଦ୍ବ ଏମ ଜି ଏନ ଆର ଜି ଏ ଦୁର୍ନୀତି ନଥିପତ୍ର ପ୍ରମାଣ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ବର୍ଷା ପାଗ ହେତୁ ଲୋକେ କାର୍ଯ୍ୟକ୍ରମ ରେ ବିଳମ୍ବ ରେ ପହଁଚିବା ଫଳରେ ଅଭିଯୋଗ ପ୍ରକଷ୍ଟ ରେ ପଞ୍ଜିକରଣ ନ କରିପାରି ହଟହଟା ହେଉଥିବା ଦେଖିବାକୁ ମିଳୁଥିଲା ।

ଅପହରାହ୍ନ ୧:୩୦ ପରେ ମିଳିଥିବା ଅଭିଯୋଗ କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇ ବ୍ଲକ ଅନ୍ତର୍ଗତ ପୋଡାପାଡି ଗ୍ରାମପଞ୍ଚାୟତ ରେ ଅନ୍ୟ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ବାହାରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାରତ ଭୂଷଣ ବିଶ୍ୱାଳଙ୍କ, ପିଡି ୱାଟରସେଡ ଡ଼ଃ ଦୟାନିଧି ବାଗ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂହ ପଟ୍ଟନାୟକ, ଉଦ୍ୟାନ କୃଷି ଉପନିର୍ଦେଶକ ଦୟାନିଧି ରାଉତ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର,ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀ ତତ୍ତ୍ୱମୋସୀ ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ, ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ ଧଳ ସାମନ୍ତ,ସମେତ କାଶୀପୁର ବିଡ଼ିଓ ଅମୃତ ରାଉଳ ,ତହସିଲଦାର ସୁନୀଲ କୁମାର ପ୍ରଧାନ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ସେହିପରି ଜିଲ୍ଲା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ଼ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।