ମେଡିକାଲ ରେ ଭର୍ତ୍ତି, ପୋଲିସ ର ତଦନ୍ତ ଜାରି

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର ଦୁର୍ଘଟଣା l ଦୁର୍ଘଟଣା ରେ 2ମହିଳା ଓ ଏକ ନା ବାଳକ ଗୁରୁତର l ଗୁରୁତର ଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି l ଏପଟେ ପୋଲିସ ର ତଦନ୍ତ ଜାରି ରହିଛି l

ସୂଚନା ଅନୁଯାଇ ଆଜି ମଧ୍ୟାହ୍ନ ରେ ପୁରୁଣାକଟକ ବଜାର ରେ ଥିବା ଏକ ଷ୍ଟିକରି ଦୋକାନ ରୁ କାର ଟି ଷ୍ଟିକରିଙ୍ଗ କରି ଫେରିବା ସମୟରେ ନିକଟରେ ଥିବା ଏକ ସୁନା ଦୋକାନ ଭିତର କୁ ଭାରସାମ୍ୟ ହରାଇ ପସିଯାଇଥିଲା l

ଫଳ ରେ ସୁନା ଦୋକାନ ନିକଟରେ ଥିବା ଏକ ଜନସେବା କେନ୍ଦ୍ର କୁ କିଛି ମହିଳା ହିତାଧିକାରୀ E-KYC କରିବାକୁ ଆସିଥିବା ଦୁଇ ମହିଳା ଓ ଏକ ନା ବାଳକକୁ ଗାଡି ଧକ୍କା ଦେଇଥୁବାରୁ ତିନିଜଣ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଗୁରୁତର ଙ୍କୁ ତୁରନ୍ତ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଦୁର୍ଘଟଣା ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଜବଦ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l