ଧର୍ମଗଡ଼ ତା ୧୪/୯( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରର ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମଟି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇଙ୍କ ସଭାପତିତ୍ୱ ରେ ଉଦଯାପନୀ ସମାରୋହରେ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ସମ୍ମାନିତ ଅତିଥି ଭାବରେ ଏବି ଇ ଓ ଗଣେଶ୍ୱର ନାଏକ,ସାଇନ୍ସ ଫୋରମ ମୁଖ୍ୟ ନିରଞ୍ଜନ ମୁଦୁଲି, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନେଶ କୁମାର ନାଏକ ପ୍ରମୁଖ ମଞ୍ଚାସିନ ହୋଇ ଥିଲେ।

ଏଥିରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହିତ ପୁସ୍ତକ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ କୁ କାଙ୍କେରି ସିଆରସିସି ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ଇଚ୍ଛାପୁର ସିଆରସିସି ସୂର୍ଯ୍ୟ ନାରାୟଣ ଯୋଶୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବ୍ଲକର ସମସ୍ତ ସିଆରସିସି ତଥା ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।