ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) .ହରଭଙ୍ଗା ବ୍ଲକ ଚାରିଛକ ମହାବିନାୟକ ଯୁବକ ସଂଘ ଦ୍ୱାରା ଆୟୋଜିତ ନବ ଦିନlତ୍ମକ ଗଜାନନ ପୂଜା ଙ୍କ ଆଜି ବିସର୍ଜନ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି lବିସର୍ଜନ ରେ ଦୁଲୁଦୁଲି ବାଜା ସାଙ୍ଗ କୁ ଓଡିଶା ର ପ୍ରଖ୍ୟାତ ଗଞ୍ଜାମ ପଶୁ ନୃତ୍ୟ,ଏପଟେ ଡିଜେ ଗୀତ ସାଙ୍ଗ କୁ କଣ୍ଢେଇ ନୃତ୍ୟ ରେ ଜମିଥିଲା ଭସାଣି ଯାତ୍ରା l ମହାବିନାୟକ ଯୁବକ ସଙ୍ଘ ପକ୍ଷରୁ ଦୀର୍ଘ 9 ଦିନ ଧରି ଚାଲିଥିଲା ଗଣେଶ ପୂଜା l

ଶାନ୍ତି ଶୃଙ୍ଖଳା ସହ,ପ୍ରତ୍ୟକ ଦିନ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ 9 ଦିନ ଧରି ଭିଡ଼ ଜମିଥିଲା ପୂଜା ମଣ୍ଡପ l ରବିବାର ଦିନ ଆୟୋଜକ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ବିସର୍ଜନ ଶୋଭାଯାତ୍ରା l ଶୋଭାଯାତ୍ରା ରେ ସଂଘ ର ସମସ୍ତ ସଦସ୍ୟ ମିଳିତ ଭାବେ ଗଜାନନ ଙ୍କ ପାଖରେ ଶେଷ ଦର୍ଶନ କରି ରୀତିନୀତି ରେ ପୂଜାର୍ଚନା କରି ଡିଜେ ଗୀତ ସହ, ସମ୍ବଲପୁରୀ ଦୁଲୁଦୁଲି, ଗଞ୍ଜାମ ପଶୁ ନୃତ୍ୟ, କଣ୍ଢେଇ ନାଚ ରେ ଭସାଣି ଯାତ୍ରା ବାହାରି ଥିଲା ଓ ସହ ସହ ଦର୍ଶକ ଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବା କୁ ମିଳିଥିଲାl