ହରଭଙ୍ଗା୧୭/୦୯ ( ଚିତ୍ତରଞ୍ଜନ ସିଂହ ) ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ l ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ର 5000ଟଙ୍କା l ଟଙ୍କା ପାଇ ବହୁ ଖୁସି ହିତାଧିକାରୀ l ବର୍ଷକୁ 2ଗୋଟି କିସ୍ତିରେ ଜମାହେବ ଏହି ଟଙ୍କା,ପାଞ୍ଚ ବର୍ଷରେ 50ହଜାର ଟଙ୍କା ପାଇ ହିତାଧିକାରୀ ଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ l ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତ କlରି ଯୋଜନା କୁ ପ୍ରଧାନ ମନ୍ତ୍ରୀ ମରେନ୍ଦ୍ର ମୋଦି ଜି ଭୁବଵେଶ୍ୱର ଠାରେ ଶୁଭାରମ୍ଭ କରିଥିବା ବେଳେ ବୌଦ୍ଧ ଜିଲ୍ଲା ର ବୌଦ୍ଧ, କଣ୍ଟାମlଳ ଓ ହରଭଙ୍ଗା ବ୍ଲକ ରେ ଏହି ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଭିଡିଓ ଗ୍ରାଫି ଜରିଆରେ ଅନୁଷ୍ଠିତ ହୋଇଥିଲା l

ହରଭଙ୍ଗା ବ୍ଲକ ର ହାଇସ୍କୁଲ ପଡିଆ ଠାରେ ହୋଇଥିବା ଏହି ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବିଡ଼ିଓ ଶରତ କୁମାର ସେଠି, ତହସିଲଦାର ବିଭୁ ପ୍ରସାଦ ସିଂ, ଉପାଧ୍ୟକ୍ଷ କାଁହୁ ଚରଣ ନାଥ ଉପସ୍ଥିତ ରହି ସୁଭଦ୍ରା ଯୋଜନା ଉପରେ ମତ ରଖିଥିଲେ l ଅନ୍ୟ ପଟେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱଚ୍ଛତାହିଂ ସେବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ଲକ ର ନୂତନ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ଜାରି ପ୍ରମାଣ ପତ୍ର ଏବଂ କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ହିତାଧିକାରୀ ଙ୍କୁ ଗୃହ ପ୍ରବେଶ ଚାବି ପାଇଁ ପ୍ରଦାନ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ, crp, mbk, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି ଓ ହଜାର ହଜାର ମହିଳା ହିତାଧିକାରୀ ଉପସ୍ଥିତ ରହିଥିଲେ l