କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ମାଣିକେଶ୍ୱରୀ ଆଦିବାସୀ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବଡ଼ ଧୁମଧାମରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହେଇଯାଇଛି ।

କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ୨୪ ଗୋଟି ଗ୍ରାମପଞ୍ଚାୟତ ର ଶତାଧିକ ମହିଳା ଗୋଷ୍ଠି ଙ୍କର ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି ଯୋଗ ଦେଇଥିବା ବେଳେ କାଶୀପୁର ତହସିଲଦାର ସୁନୀଲ ପ୍ରଧାନ , କାଶୀପୁର ବିଡ଼ିଓ ଡଃ ଅମୃତ ରାଉଳ ସମେତ କିଛି ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥାଇ ପ୍ରଥମେ ପ୍ରଦୀପପ୍ରଜ୍ବଳନ କରିଥିଲେ ।

କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ର ଉପକାରୀତା ର ସୂଚନା କୁ ଉପସ୍ଥିତ ଅଧିକାରୀ ଓ ନେତୃବୃନ୍ଦ ଆଲୋକପାତ କରିଥିବାବେଳେ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ସମ୍ପର୍କରେ ଭିଡ଼ିଓ କଂଫେରେନ୍ସ ମାଧ୍ୟମ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟ ପ୍ରଦାନ କରିଥିବା ଦେଖିବା କୁ ମିଳିଥିଲା । କାର୍ଯ୍ୟକ୍ରମ କୁ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କର୍ମଚାରୀ ସନ୍ତାଷ ପଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିବାବେଳେ ଜିପିଓ ବିଜୟ କୁମାର ରାଜଗୁରୁ , ବିଏସଏସ ଓ ରମାକାନ୍ତ କୁମ୍ଭାରୀକା ଓ ପୂର୍ଣ୍ଣିମା ମାଝି ପ୍ରମୁଖ ସହଯୋଗ କରିଥିଲେ ।