ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ନିଓ ଟ୍ରଷ୍ଟ ଏକାଡେମୀ ପକ୍ଷରୁ ସୋନପୁର ଠାରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଦକ୍ଷତା ବିକାଶ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ ନିଯୁକ୍ତି ର ସୁଯୋଗ ରହିଛି l ବେକାରୀ ଦୂରୀକରଣ ସହିତ ମାନବ ସମୃଦ୍ଧି ଓ ଅର୍ଥନୈତିକ ପ୍ରଗତି ରେ ସହାୟକ ହୋଇ ପାରିବ ବୋଲି ବୈଷୟିକ ଜ୍ଞାନ କୌଶଳ ରେ ଜ୍ଞାନ ଆହରଣ କରି ସୁବର୍ଣ୍ଣପୁର ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ର ବିକାଶ ହେବା ସହିତ ଅର୍ଥନୈତିକ କ୍ଷେତ୍ରରେ ସହାୟକ ହୋଇ ପାରିବ l

ଏହି ତାଲିମ କେନ୍ଦ୍ର ରେ ଯୁବକ ଯୁବତୀ ମାନଙ୍କୁ ତାରକା ହୋଟେଲ ର ପରିଚାଳନା, କମ୍ପୁଟର ଶିକ୍ଷା, ସୁନା ଗହଣା ତିଆରି ତାଲିମ, ଛତୁ ଚାଷ, ବିଉଟି ପାର୍ଲର, ସିଲେଇ ତାଲିମ, ରାସ୍ତା କଡରେ ଥିବା ଉଠା ଦୋକାନୀ ଙ୍କୁ ସଚେତନତା ଆଦି ତାଲିମ କ୍ଷେତ୍ରରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ l ଆଜିର ଏହି ତାଲିମ କେନ୍ଦ୍ର ଉଦଘାଟନୀ ଉତ୍ସବ ରେ ୮୦  ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ତାଂକର ନାମ ପଞ୍ଜିକରଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଆମ ଅଂଚଳ ରେ ରହିଥିବା ଯୁବକ ଯୁବତୀ ମାନେ କିପରି ସୁଫଳ ପାଇ ପାରିବେ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି କହିଥିଲେ l

ଏହା ସହିତ ଅନାକୁଶଳୀ ଛାତ୍ର ଛାତ୍ରୀ ମାନଙ୍କୁ କୁଶଳୀ କରିବା ଏହି ଅନୁଷ୍ଠାନ ର ଏକ ପ୍ରୟାସ l ୧୮  ବର୍ଷ ରୁ ୩୫ ବର୍ଷ ମଧ୍ୟ ରେ ରହିଥିବା ତାଲିମ ଦିଆଯିବ l ସର୍ବେକ୍ଷଣ ରୁ ଜଣାଯାଇଛି ଯେ ଜିଲ୍ଲାରେ ୪୦  % ଯୁବକ ଯୁବତୀ ବେକାରୀ ଅଛନ୍ତି l ମେଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ ହୋଇଥିବା ଯୁବକ ଯୁବତୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସେମାନଙ୍କୁ ଏହି ତାଲିମ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ଅଣାଯାଇପାରିବ l ସମୟ ଥିଲା ଦିଲ୍ଲୀ ଭୁବନେଶ୍ୱର ଆଦି ବଡ଼ ବଡ଼ ସହର ରେ ଏହି ତାଲିମ କେନ୍ଦ୍ର ଥିଲା l

କିନ୍ତୁ ଏବେ ଜିଲ୍ଲା ସ୍ତରରେ ସୁଯୋଗ ଆସି ପାରିଛି l ବର୍ତ୍ତମାନ ର ଯୁଗ ହେଉଛି ଦକ୍ଷତା ର ଯୁଗ l ରୋଜଗାରକ୍ଷମ ହେବା ପାଇଁ ଏହି ଦକ୍ଷତା ବିକାଶ ତାଲିମ ନେବା ଆବଶ୍ୟକ l ତାଲିମ ଗ୍ରହଣ କରିବା ପରେ ନିଶ୍ଚିତ ନିଯୁକ୍ତି ସୁଯୋଗ ରହିଥିବା ଅତିଥି ମାନେ ପ୍ରକାଶ କରିଥିଲେ l ନିଓ କମ୍ପୁଟର ମୁଖ୍ୟ ନିର୍ଦେଶକ କ୍ଷୀର ସାଗର ବିଭାର ସଭା ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ନିୟୋଜନ ଅଧିକାରୀ ସଂଜୁ କୁମାରୀ ସାହୁ, ନିଓ କମ୍ପୁଟର ମୁଖ୍ୟ କୁମାର ମହାନ୍ତି, ସୋନପୁର ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ସରସ୍ବତୀ ଦାସ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ l