ହରଭଙ୍ଗା =( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ତିଲେଶ୍ୱର ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରୁବୁଡ଼ା ଗ୍ରାମ ସ୍ଥିତ ବାବା ଗୁପ୍ତେଶ୍ୱର ଆଞ୍ଚଳିକ ମନ୍ଦିର ପରିସରରେ ଭାଗବତ ସପ୍ତାହ ପାରାୟଣ ଭାଦ୍ରବ ଶୁକ୍ଳ ପୁର୍ଣିମା ତିଥି ତା 18.9.2024 ରେ ଉଦଯାପିତ ହୋଇ ଯାଇଛି l ଏହା ଭାଦ୍ରବ ଶୁକ୍ଳ ନବମୀ ତିଥି ତା 12.9.2024 ଠାରୁ ଆରମ୍ଭ ହୋଇଥିଲା l ଭାଗବତ ସପ୍ତାହ କାର୍ଯ୍ୟକ୍ରମ କୁ ବାବା ଗୁପ୍ତେଶ୍ୱର ଆଞ୍ଚଳିକ ମନ୍ଦିର ର ପରିଚାଳନା କମିଟି ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଞ୍ଚଳର ବିଭିନ୍ନ ଗ୍ରାମର ଭଗବତ ପ୍ରେମୀ ଭକ୍ତ ମାନଙ୍କ ସାହାଯ୍ୟ ସହଯୋଗରେ ସୂଚାରୁ ରୂପେ ସମ୍ପର୍ଣ୍ଣ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ସିଙ୍ଗାରୀ ଗ୍ରାମର ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର (ବିକାଶ) ବ୍ୟାସ ରୂପେ ଦାୟୀତ୍ୱ ନେଇ ତାଙ୍କ ସହଯୋଗୀ ମାନଙ୍କ ସାହାୟତାରେ ସାତଦିନ ଧରି ଭାଗବତ ର ସମସ୍ତ ବାରସ୍କନ୍ଦ ପୁରାଣ ପାଠ କରି ଭଗବତ ପ୍ରେମୀ ଭକ୍ତ ମାନଙ୍କୁ ଶୁଣାଇ ଥିଲେ l ଠେଲାମାରୁଣୀ ଗ୍ରାମର ଶ୍ରୀ ଯୁକ୍ତ ଚନ୍ଦ୍ରଶେଖର ପୁରୋହିତ ଯଂଜ୍ଞ ର ମୁଖ୍ୟ ପୁରୋହିତ ରୂପେ କାର୍ଯ୍ୟ ତୁଳାଇ ଥିଲେ l ହୋମ ଯଂଜ୍ଞରେ ଶ୍ରୀଯୁକ୍ତ ନବ କିଶୋର ଚାନ୍ଦ, ଶ୍ରୀଯୁକ୍ତ ବିଶ୍ୱାମିତ୍ର ଯୋଷୀ, ଶ୍ରୀଯୁକ୍ତ ଉମେଶ ଯୋଷୀ, ଶ୍ରୀଯୁକ୍ତ ଶାନ୍ତନୁ ବିଶି, ଶ୍ରୀଯୁକ୍ତ ବିରେନ ଦାଶ ପ୍ରମୁଖ ସହଯୋଗ କରିଥିଲେ l

ବୁରୁବୁଡ଼ା ଗ୍ରାମର ଗୌନ୍ତିଆଁ ପରିବାରର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦେହୁରୀ (ବାବୁଲି )ଓ ତାଙ୍କ ସହଧର୍ମିଣୀ ଯଂଜ୍ଞ ର କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ l ପ୍ରତିଦିନ ପୁରାଣ ପାଠ ପରେ ଭଗବତ ପ୍ରେମୀ ଭକ୍ତ ଶ୍ରୋତା ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଛେଳିଲେଣ୍ଡି ଗ୍ରାମର ଶ୍ରୀଯୁକ୍ତ ବିରେନ ଦାଶ, ତିଲେଶ୍ୱର ଗ୍ରାମର ଶ୍ରୀଯୁକ୍ତ ସିପୁନ ମିଶ୍ର ଓ ବେଦମତି ସାମଲ , କୃଷ୍ଣପାଲୀ ଗ୍ରାମ ର ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ, ମୂଷାଢ଼ ଗ୍ରାମର ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଓ ଶ୍ରୀଯୁକ୍ତ ବିଶ୍ୱାମିତ୍ର ସାମଲ , ପିତାମ୍ବରପୁର ଗ୍ରାମର ଶ୍ରୀଯୁକ୍ତ ଫକୀର ଚରଣ ଦାଶ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ରେ ସହଯୋଗ କରିଥିଲେ l