ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀ ରଶ୍ମି ମୋହନ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ବିନିକା ବ୍ଲକ ଅନ୍ତର୍ଗତ ସଂକରା ପଂଚାୟତ ସଭାଗୃହ ଠାରେ “ଜାତୀୟ ଆଇନ ସେବା ପ୍ରାଧିକରଣ ର ଯୋଜନା “ପୀଡିତା କ୍ଷତିପୁରଣ ଆଇନ ତଥା ଏସିଡ ପୀଡିତା କ୍ଷତିପୁରଣ ଆଇନ” ବିଷୟ ଉପରେ ଏକ ଜ଼ିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହଇଯାଇଛି I

ଏହି ଶିବିରରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ମିସ କୁମୁଦିନୀ ମୁଦୁଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୀଡିତା କ୍ଷତିପୁରଣ ଆଇନ ଏବଂ ଏସିଡ ପୀଡିତା କ୍ଷତିପୁରଣ ଆଇନ ଉପରେ ସମସ୍ତଙ୍କୁ ଅବଗତ କରି ଥିଲେ I

ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ସଦର D.S.P. ଶ୍ରୀ ପ୍ରତାପ କୁମାର ରଣା, ସଂକରା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିସ ବବିତା ଭୋଇ, ସଂକରା ସରପଞ୍ଚ ଶ୍ରୀ ଅଶୋକ କୁମାର ପୃଷ୍ଟି, ନାଏବ ସରପଞ୍ଚ ଶ୍ରୀ ସୁନୀଲ ପ୍ରସାଦ ସେଠି, ପାରା ଲିଗାଲ ସ୍ବେଛାସେବୀ ଶ୍ରୀ ହାଡିବନ୍ଧୁ ଖମାରି ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ସିଦ୍ଧାନ୍ତ କୁମାର ବାଘ, କମଳ ଲୋଚନ ବେହେରା ଏବଂ ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରି ଥିଲେ ଇ