ଧର୍ମଗଡ଼ ୧୯/୯(ହେମନ୍ତ କୁମାର ମାଝୀ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଏକ ରକ୍ତ ଦାନ ଶିବିର ସ୍ତାନିୟ ରେଡକ୍ରସ ରକ୍ତ ଭଣ୍ଡାର ଠାରେ ଆୟୋଜିତ ହୋଇଛି।

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିର ଉଦ୍ଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ,ଉପ ସଭାପତି ମନିଦ୍ର ଭୂଷଣ ପାତ୍ର, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ଵାଗ, ନଗର ପ୍ରଭାରୀ ଶିଶୁ ଦେବ ମୁଣ୍ଡ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଯୁବ ମୋର୍ଚ୍ଚା ନଗର ସଭାପତି ସୈାରଭ ମିତ୍ତଲ, ପୂର୍ବତନ ରାଜ୍ୟ ଓଵିସି ସଂପାଦକ ଜନ୍ମେଜୟ ନାଏକ, ନଗର ସାଧାରଣ ସମ୍ପାଦକ ଡମ୍ବରୁ ଧର ଠାକୁର, ଅପ୍ରସ ସ୍ଵାଇଁ, ମମତା ମେହେର ଟିକେ ରାମ ସାହୁ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ