ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ କିଛିଦିନ ତଳେ ଗୋଟିଏ ପରିବାର ତିନିଜଣ ଝିଅ ଙ୍କ ସାପ କାମୁଡ଼ାରେ ଜୀବନ ଯାଇଥିବା ବେଳେ ବାପା ମଧ୍ୟ ଗୁରୁତର ଭାବେ ମେଡିକାଲ ରେ ଚିକିତ୍ସା ହେଉଥିଲେ l ଏଭଳି ଘଟଣା ଟି ସାରା ଜିଲ୍ଲା ରେ ଏକ ଦୁଖଃଦ ଖବର ଆଣିଥିଲା l ଚରିଆ ପାଲିଗାଁରେ ଶୈଳେନ୍ଦ୍ର ମଳିକ, ସ୍ତ୍ରୀ ଏବଂ ତାଙ୍କର ଛୋଟ ପୁଅ ସହ ୩ ଝିଅ ମଧ୍ୟ୍ୟ ରାତିରେ ଖାଇ ଶୋଇଥିଲେ।  ଏକ ବିଷଧର ସାପ ଝିଅ ସ୍ମୃତିରେଖା, ସୁରଭି, ଶୁଭରେଖା ଓ ବାପା ଶୈଳେନ୍ଦ୍ରଙ୍କୁ କାମୁଡ଼ିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ଗୁଣିଆ ପାଖକୁ ନେଇଥିଲେ।

କିନ୍ତୁ ସମସ୍ତେ ଗୁରୁତର ହେବାରୁ ବୌଦ୍ଧ ମେଡିକାଲକୁ ନେଇଥିଲେ। ତେବେ ମେଡିକାଲରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଉକ୍ତ ପରିବାର ପୁରା ଭାଙ୍ଗି ପଡ଼ିଥିବା ବେଳେ ମୃତ ତିନି ଭଉଣୀ ଙ୍କ ର ଆଜି ଏକାଦଶାହ କାର୍ଯ୍ୟ ରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପହଁଚି ଏହି ଅସହାୟ ପରିବାର ଙ୍କୁ ଧର୍ଯ୍ୟ ଓ ସମବେଦନା ଜଣାଇଥିଲେ l ଏବଂ ଖୁବ ଶୀଘ୍ର ସରକାର ଙ୍କ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ପରିବାରଙ୍କୁ ପ୍ରତିଶୃତି ଦେଇଥିଲେ l ଏହି ଗ୍ରସ୍ତ ସମୟରେ ରେ ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l