ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ବ୍ଲକ ପରିସରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ସ୍ଵାମୀ ବିବେକାନନ୍ଦ ଜାତିଆୟା ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା ,ଅଲତପୁରର ମିଳିତ ଆନୁକୁଲ୍ୟରେ ସହାୟକ ଉପକରଣ ବଣ୍ଟନ ଶିବିର ବୌଦ୍ଧ ବିଡିଓ ଶ୍ରୀଯୁକ୍ତ ଯୁଧିଷ୍ଠିର ମେହେରଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ , ମାନ୍ୟବର ବିଧାୟକ, ବୌଦ୍ଧ-ତଥା ସରକାରୀ ମୁଖ୍ୟ ସଚେତକ ଯୋଗଦେଇ ୧୯ ଜଣକୁ ବ୍ୟାଟରି ଚାଳିତ ଟ୍ରାଇ- ସାଇକେଲ ଗାଡି, ଟ୍ରାଇ-ସାଇକେଲ ,ହୁଇଲ ଚେୟାର ,ବ୍ରେଳି-କେନ ବଣ୍ଟନ କରାଯାଇଥିଲା

ତତ୍-ସହିତ ନୃତନ ଭାବରେ ମଞ୍ଜୁର ହୋଇଥିବା ୨୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଖାତା ସହିତ ଟଙ୍କା ପ୍ରଦାନ କରଯାଇଥିଲା । ଏଥିରେ ସନ୍ନମାନିତ ଅଥିତି ଭାବରେ ବ୍ଲକ ଅଧକ୍ଷ ଶ୍ରୀ ପ୍ରିୟଦର୍ଶୀ ପ୍ରତୁଷ ରଥ ମହୋଦୟ ଯୋଗଦେଇଥିଲେ, ତତ୍-ସହିତ ଶ୍ରୀ ରାଜେନ୍ଦ୍ର କିଶାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ସନ୍ନମାନିତ ଅଥିତି ଯୋଗଦାନ କରିଥିଲେ । ଶ୍ରୀ ସାନନ୍ଦ ସାହୁ , କନିଷ୍ଠ ସହାୟକ ଏବଂ ଶ୍ରୀ ରଞ୍ଜିତ କୁମାର ମହାନ୍ତି , ପ୍ରୋଗ୍ରାମ ଆସିଷ୍ଟାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭା ଶେଷରେ ଶ୍ରୀ ସାନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାନ ଅର୍ପଣ କରି ସଭାସାଙ୍ଗ କରିବାକୁ ମୁଖ୍ୟ ଅତିଥିଙ୍କୁ ଅନୁମତି ମାଗିଥିଲେ ।