ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପୂର୍ତ୍ତ ଡାକ ବଙ୍ଗଳା ଠାରେ ସୋମବାର ଦିନ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଆନୁକୂଲ୍ୟରେ ଡିଜିଟାଲ ସଦସ୍ୟତା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ପ୍ରତି ବୁଥ ରେ ଅନ୍ୟୁନ୍ନ୫୦ ଜଣ ମହିଳା ସଦସ୍ୟତା ଗ୍ରହଣ କରି ବିଜେପି ର ଡବଲ ଇଂଜିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରତି ଜନସାଧାରଣ ଙ୍କ ପାଖରେ କେମିତି ପହଂଚିବ ଏହା ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ରଶ୍ମିମୟୀ ପଟ୍ଟନାୟକ ମତ ରଖିବା ସହିତ ଡିଜିଟାଲ ମଧ୍ୟମରେ କିପରି ସଦସ୍ୟତା ଗ୍ରହଣ କରିବା ଓ ଅନ୍ୟ କୁ କରାଇବା ଉପସ୍ଥିତ ଥିବା ମହିଳାଙ୍କୁ ତାଲିମ ଦେଇଥିଲେ l
ଅନ୍ୟ ପଟେ ବିଜେପି ସରକାର ହେବାରେ ଆମ ପଛରେ 2କୋଟି ଭୋଟର ଅଛନ୍ତି ଓ ଏହି ଭୋଟର ଙ୍କୁ ସଦସ୍ୟତା ଗ୍ରହଣ କରାଇବା, ବିଜେପି ସରକାର ଆସିବା ପରେ ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲିବା, ସୁଭଦ୍ରା ଯୋଜନାରେ ସବୁ ବର୍ଗ ର ମହିଳା ନିୟମ ଅନୁଯାଇ ୫୦ ହଜାଇ ପାଇବେ ଏବଂ ପ୍ରଥମ କିସ୍ତି ର ୫ ହଜାର ଟଙ୍କା ମହିଳା ଙ୍କ ଖାତାକୁ ଯାଇଥିବା ଏବଂ ଓଡିଶା ରେ ଏକ କୋଟି ସଦସ୍ୟତା ଡିଜିଟାଲ ମାଧ୍ୟମରେ କରାଯିବା ନେଇ ମତ ରଖିଥିଲେ l
ଏହି ସଦସ୍ୟତା କାର୍ଯ୍ୟକ୍ରମ ଅବସରରେ ପ୍ରଧାନ ମନ୍ତ୍ରୀ ଜନ୍ମଦିନ ଅବସରରେ ଚାଲିଥିବା ପଖୱାଡା ଦିବସ ପାଳନ ଅବସରରେ ବଙ୍ଗଳା ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ପ୍ରତି ଛଅ ବର୍ଷରେ ସଦସ୍ୟତା ନୂତନୀ କରଣ ଓ ନୂତନ ସଦସ୍ୟତା ଗ୍ରହଣ ଭାଜପା କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଆଜିର ଏହି ଡିଜିଟାଲ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଜୋନାଲ ସେକ୍ରେଟାରୀ ତଥା ବୌଦ୍ଧ ଜିଲ୍ଲା ସଦସ୍ୟତା ପ୍ରଭାରୀ ଇତିଶ୍ରୀ ଜେନା,ମହିଳା ମୋର୍ଚ୍ଚା ଜୋନାଲ ସେକ୍ରେଟାରୀ ଶାନ୍ତିଲତା ମହାକୁଡ଼, ଗଞ୍ଜାମ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କେଶରୀ ବେହେରା ଉପସ୍ଥିତ ରହି ଉପସ୍ଥିତ ଥିବା ମହିଳା ଙ୍କୁ ଡିଜିଟାଲ ସଦସ୍ୟତା ଗ୍ରହଣ ଉପରେ ତାଲିମ ଦେଇଥିଲେ l