ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବିଳମ୍ବିତ ରାତ୍ରିରେ ୨୫ଟିକିଆ ବଣୁଆ ହାତୀ ପଲର ଉପଦ୍ରବ । ଏକର ଏକର ଚାଷ ଜମି ର ଧାନ, କପା,ମାଣ୍ଡିଆ ପନିପରିବା ନଷ୍ଟ କଲେ ହାତୀ ପଲ । ବୌଦ୍ଧ ବନଖଣ୍ଡ ବଘିଆପଡା ସେକସନ ରେଙ୍ଗାଲି ଗ୍ରାମ ନିକଟ ଜଙ୍ଗଲରେ ୨୫ଟିକିଆ ହାତୀପଲ । ଭୟବିତ ଅବସ୍ଥା ରେ ଗ୍ରାମବାସୀ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି । ସୁଚନାମୁତାବକ ବୌଦ୍ଧ ବନଖଣ୍ଡ ବଘିଆପଡା ସେକସନ ରେଙ୍ଗାଲି ଗ୍ରାମରେ ୨୫ଟିକିଆ ବଣୁଆ ହାତୀ ପଲ ଆସି ଧାନ ଓ ମାଣ୍ଡିଆ ଚାଷ ନଷ୍ଟ କରିଛନ୍ତି । ଗ୍ରାମରେ ଚାଷ ହୋଇଥିବା ଧାନ ,ପନିପରିବା କପା ଓ ମାଣ୍ଡିଆ ଖାଇ ଦେବା ସହ ପାଦରେ ଦଳି ମାଡି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି ।
ଦୁଇଦିନ ହେଲା ନିକଟସ୍ଥ ଜଙ୍ଗଲରେ ରହିଥିବା ୨୫ ଟିକିଆ ହାତୀ ପଲ ରାତିରେ ଜଙ୍ଗଲରୁ ବାହାରି ଧାନ ମାଣ୍ଡିଆ ଆଦି ଚାଷ ନଷ୍ଟ କରୁଥିବାରୁ ଗ୍ରାମର ଚାଷୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ହାତୀ ମାନଂକ କବଳରୁ ଚାଷକୁ ରକ୍ଷା କରିବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା କ୍ଷତିଗ୍ରସ୍ତ ଚାଷୀ ମାନେ ଅଭିଯୋଗ କରିଛନ୍ତି | ରେଙ୍ଗାଲି ବିଟ ରେ କେଉଁ ବନରକ୍ଷୀ ଅଛନ୍ତି ତାହା ମଧ୍ୟ ଲୋକେ ଜାଣି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ହାତୀ ସମ୍ପର୍କରେ ସୁଚନା ଦେଲେ କେବଳ ଫୋଟ ଭିଡିଓ ଉଠାଇ ଚାଲି ଯାଉଥିବା ଅଭିଯୋଗ ହୋଇଛି | ବିଗତ ବର୍ଷ ମାନଙ୍କରେ ମଧ୍ୟ ହାତୀ ଫସଲ ନଷ୍ଟ କରିଥିବା ଚାଷୀ ମାନଙ୍କୁ ବନ ବିଭାଗ କୌଣସି ସହାୟତା ପ୍ରଦାନ କରିନଥିବା କ୍ଷତିଗ୍ରସ୍ତ ଚାଷୀ ମାନେ ଅଭିଯୋଗ କରିଛନ୍ତି l