ହରାଭଙ୍ଗା ୨୫/୯ (ଚିତ୍ତ ରଞ୍ଜନ ସିଂ )ବୁଧବାର ଦିନ ହରଭଙ୍ଗା 9 ନମ୍ବର ଜୋନ ର ବିଜେପି କର୍ମୀ ଙ୍କ ପକ୍ଷରୁ ହରଭଙ୍ଗା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପଣ୍ଡିତ ଦୀନ ଦୟାଲ ଶର୍ମାଙ୍କ ଜନ୍ମଦିନ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଶେଷଦେବ ମେହେର, 9 ନମ୍ବର ଜୋନ ର ମଣ୍ଡଳ ସଭାପତି ତପନ ଡାଙ୍ଗ, ବରିଷ୍ଠ ବିଜେପି ନେତା ଅରୂପା ଦୀପ, ଅନିଲ କୁମାର ସିଂ, ଅକ୍ଷୟ କୁମାର ସାହୁ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ପଣ୍ଡିତ ଦିନ ଦୟାଲ ଶର୍ମା ଙ୍କ ଫୋଟୋ ଉପରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରାଯାଇଥିଲା।
ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବା ସହିତ, ସଦସ୍ୟତା ଅଭିଯାନ ଉପରେ ମଧ୍ୟ ଉପସ୍ଥିତ କର୍ମୀ ମାନଙ୍କୁ ଅବଗତ କରାଯାଇଥିଲା। ଅଧିକ ରୁ ଅଧିକ ସଦସ୍ୟ କିପରି ଦଳରେ ସାମିଲ ହେବେ ସେ ନେଇ ବିଜେପି କର୍ମୀ ଙ୍କୁ ବିଧାୟକ ସରୋଜ କୁମାର ପ୍ରଧାନ ପୁଙ୍ଖାନୁପୁଙ୍ଖ ଆଲୋଚନା ସହିତ ଉତ୍ସାହିତ କରିଥିଲେ।ଏବଂ ହରଭଙ୍ଗା ଅଞ୍ଚଳ ର ଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ହରଭଙ୍ଗା ଠାରେ ଥିବା ଡାକ୍ତରଖାନା ର ଉନ୍ନତି କରଣ ସହିତ ଉକ୍ତ ଡାକ୍ତରଖାନା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୂପାନ୍ତିକରଣ କରାଯିବା କଥା ମଧ୍ୟ ଜନସାଧାରଣ ଙ୍କୁ କହିଥିଲେ। ଏ ଦିଗରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯଇଥିବା କଥା ମଧ୍ୟ ବିଧାୟକ ଅବଗତ କରିଥିଲେ।କିପରି ଅଧିକ ରୁ ଅଧିକ ସଭ୍ୟ ସଦସ୍ୟତା ଗ୍ରହଣ ଅଭିଯାନ ରେ ସାମିଲ ହୋଇପାରିବେ ଓ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଙ୍କ ସମସ୍ତ ଜନ ହିତାକାରୀ ଯୋଜନା ରେ ସାମିଲ ହୋଇପାରିବେ ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ବିଜେପି କର୍ମୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ ସଂଖ୍ୟକ ବିଜେପି କର୍ମୀ ଯୋଗ ଦେଇଥିଲେ।