ମୁନିଗୁଡ଼ା ୨୫/୯ (ରମାକାନ୍ତ ପୋଡାଳ )ଆଜି ବିଷମକଟକ ଠାରେ ନୂତନ ସାଂସଦ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ପଟନାୟକ ଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ନିମନ୍ତେ ଏକ ସଭା ଆୟୋଜିତ ହୋଇଯାଇଛି I ସଦର ମହକୁମା ରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିବା ବେଳେ ଏଥିରେ ବିଷମକଟକ ବ୍ଲକ ର ସମସ୍ତ ପଞ୍ଚାୟତ ରୁ ଆସିଥିବା କଂଗ୍ରେସ କର୍ମୀ, ଗ୍ରାମାଞ୍ଚଳ ପ୍ରତିନିଧି, ବରିଷ୍ଠ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଶ୍ରୀ ଦିଲ୍ଲୀପ ପଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ I
କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ରୁ କଂଗ୍ରେସ ଟିକଟ ରୁ ସାଂସଦ ପ୍ରାର୍ଥୀ ଭାବେ ରିପିଟ ହୋଇଥିବା ସପ୍ତଗିରୀ ଶଙ୍କର ଉଲାକା ଦ୍ଵିତୀୟ ଥର ପାଇଁ ସାଂସଦ ଭାବେ ପାଖା ପାଖି ଏକ ଲକ୍ଷ୍ୟ ପଚାଶ ହଜାର ରୁ ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିଲେ I ତେଵେ ସାଂସଦ ଙ୍କ ଅନୁପସ୍ଥିତ ଦୃଷ୍ଟି ରୁ ଏତେ ବିରାଟ ସଂସଦୀୟ କ୍ଷେତ୍ର ର ବିଭିନ୍ନ ବ୍ଲକ ର ସାଧାରଣ ଜନତା ତଥା ନିୟୋଜକ ବର୍ଗ ଙ୍କ ସମସ୍ୟା, ଯୋଜନା ଗୁଡିକ ର ସଫଳ ରୂପାୟନ ଏ ସବୁ ପ୍ରତି ଯତ୍ନବାନ ରହିବା ପାଇଁ ଶ୍ରୀ ଉଲାକା ବିଷମକଟକ ବ୍ଲକ ପାଇଁ ଶ୍ରୀ ଦିଲ୍ଲୀପ ପଟନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ କରିଥିବା ପତ୍ର ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟକୁ ପ୍ରେରଣ କରିଥିବା ଜଣାପଡିଛି I
ଯାହା ଏଠାକାର କଂଗ୍ରେସ କର୍ମୀ ଙ୍କ ଉତ୍ସାହ କୁ ଦୁଇଗୁଣ କରିଦେଇଥିବା କୁହାଯାଉଛି I ପ୍ରକାଶ ଥାଉକି ଦିଲ୍ଲୀପ ପଟନାୟକ ଏକାଧାର ରେ ଜଣେ ବରିଷ୍ଠ ଆଇନଜୀବୀ, ସମାଜ ସେବି ତଥା କଂଗ୍ରେସ ର ଜଣେ ଦକ୍ଷ ସଂଗଠକ ଅଟନ୍ତି I ଦୀର୍ଘ 25ବର୍ଷ କାଳ କଂଗ୍ରେସ ଶାସନ ଗାଦୀରୁ ଦୁରେଇ ରହିଥିଲେ ସୁଦ୍ଧା ଶ୍ରୀ ପଟନାୟକ କଂଗ୍ରେସ ର ପ୍ରତିକୂଳ ସମୟରେ ଦଳ ପାଇଁ ନିଷ୍ଠା ର ସହ ସଂଗଠନ ଜାରି ରଖୀ ଥିଲେ I ଯାହାର ପରିଣାମ ସ୍ୱରୂପ ଚଳିତ ସାଧାରଣ ନିର୍ବାଚନ ରେ ବିଷମକଟକ ରୁ ନୀଳମାଧବ ହିକକା ବିଧାୟକ ଭାବେ ବିଜୟୀ ହୋଇ ବିଜେଡି ର ଦୁଇ ଦୁଇ ଟି ପୋର୍ଟଫୋଲିଓ ଥିବା ମନ୍ତ୍ରୀଙ୍କୁ ପରାସ୍ତ କରିବା ରେ ସକ୍ଷମ ହୋଇଥିଲେ I
ଏହି ଅବସରରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବରିଷ୍ଠ ମାନେ ଶ୍ରୀ ପଟନାୟକ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ଗୁରୁ ଦାୟିତ୍ୱ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଷମକଟକ ବିଧାୟକ ନୀଳମାଧବ ହିକକା, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିବା ସହ ଉପସ୍ଥିତ ସମସ୍ତ କର୍ମୀ ଙ୍କ ଚଳିତ ନିର୍ବାଚନ ରେ ଲଢୁଆପଣ ଦେଖାଇଥିବା ପାଇଁ ହୃଦୟ ରୁ ଧନ୍ୟବାଦ ଜଣାଇଥିଲେ I ସଭା ଟିର ଶୁଭାରମ୍ଭ ଅଜିତ ଶାରକା ନିଜ ଅଭିଭାଷଣ ଦେଇ ଆରମ୍ଭ କରିଥିବା ବେଳେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ନାଣକା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଟି କୁ ଶେଷ କରିଥିଲେ I ଦୂର ଦୁରାନ୍ତ ରୁ ଆସିଥିବା ଶତାଧିକ କର୍ମୀ ଶ୍ରୀ ପଟନାୟକ ଙ୍କୁ ଏହି ଗୁରୁ ଦାୟିତ୍ୱ ତୁଲାଇବା ପାଇଁ ଶୁଭେଚ୍ଛା ଜଣାଇଥିଲେ I