ହରଭଙ୍ଗା ୨୫/୯ (ଚିତ୍ତ ରଞ୍ଜନ ସିଂ )କଲରା ପତରିଆ ବାଘ ର ସନ୍ଦେହ ଜନକ ମୃତ୍ୟୁ। ତଦନ୍ତ କରୁଚି ବନବିଭାଗ। ସୂଚନା ଅନୁଯାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ର ଏକ ନାଳ ରୁ ବାଘ ର ମୃତ ଦେହ ଠାବ କରିଛି ବନ ବିଭାଗ। ପ୍ରାୟ 5 ରୁ 7 ଦିନ ତଳେ ବାଘ କୁ ଗୁଳି କରାଯାଇଥିବା ସନ୍ଦେହ କରୁଚି ବନବିଭାଗ। ଘଟଣା ସ୍ଥଳ ରେ ସାଇଣ୍ଟିଫିକ ଟିମ ସହ ବ୍ରହ୍ମପୁର ଆରସିଏଫ ସଞ୍ଜୟ କୁମାର ସ୍ୱାଇଁ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ପହଞ୍ଚି ତଦନ୍ତ ଚଳେଇ ଥିବା ଜଣା ପଡ଼ିଛି।
ତେବେ କେଉଁ କାରଣ ରୁ ବାଘ ଟି ର ମୃତ୍ୟୁ ହୋଇଛି ତାହା ବର୍ତମାନ ସୁଦ୍ଧା ସଠିକ ଜଣାପଡ଼ି ନ ଥିବା ସୂଚନା ମିଳିଛି। ତେବେ କିଛି ଦିନ ତଳେ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ବାରିଙ୍ଗ ଜଙ୍ଗଲ ରୁ ଏକ କଲରାପତରିଆ ବାଘ କୁ ମାରି ତା ଚମଡ଼ା, ନଖ,ସବୁ ନୟାଗଡ଼ ଅଂଚଳରେ ଡିଲ କରାଯାଉଥିବା ବେଳେ ଏସଟିଏଫ ଆସାମୀ ମାନଙ୍କୁ କାବୁ କରିବା ରେ ସକ୍ଷମ ହୋଇଥିଲା। ତେବେ ଉକ୍ତ ଘଟଣା ରେ ସମ୍ପୃକ୍ତ ଜଣେ ଯୁବକ ବଦଳାସାହି ର ବୋଲି ଜଣା ପଡ଼ିଥିଲା।ଗୋଟେ ପଟେ ବନ୍ୟଜନ୍ତୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ବେଳେ ଅନ୍ୟ ପଟେ ଦୁଇ ମାସ ଭିତରେ ଦୁଇ ଦୁଇ ଟା ବାଘ ର ମୃତ୍ୟୁ କୁ ନେଇ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଥିବା ଜଣାପଡ଼ିଛି।