ହରଭଙ୍ଗା 25/9(ଚିତ୍ତ ରଞ୍ଜନ ସିଂ )କଲରା ପତରିଆ ବାଘ ର ସନ୍ଦେହ ଜନକ ମୃତ୍ୟୁ। ତଦନ୍ତ କରୁଚି ବନବିଭାଗ। ସୂଚନା ଅନୁଯାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ର ଏକ ନାଳ ରୁ ବାଘ ର ମୃତ ଦେହ ଠାବ କରିଛି ବନ ବିଭାଗ। ପ୍ରାୟ 5 ରୁ 7 ଦିନ ତଳେ ବାଘ କୁ ଗୁଳି କରାଯାଇଥିବା ସନ୍ଦେହ କରୁଚି ବନବିଭାଗ। ଘଟଣା ସ୍ଥଳ ରେ ସାଇଣ୍ଟିଫିକ ଟିମ ସହ ବ୍ରହ୍ମପୁର ଆରସିଏଫ ସଞ୍ଜୟ କୁମାର ସ୍ୱାଇଁ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ପହଞ୍ଚି ତଦନ୍ତ ଚଳେଇ ଥିବା ଜଣା ପଡ଼ିଛି। ତେବେ କେଉଁ କାରଣ ରୁ ବାଘ ଟି ର ମୃତ୍ୟୁ ହୋଇଛି ତାହା ବର୍ତମାନ ସୁଦ୍ଧା ସଠିକ ଜଣାପଡ଼ି ନ ଥିବା ସୂଚନା ମିଳିଛି। ତେବେ କିଛି ଦିନ ତଳେ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ବାରିଙ୍ଗ ଜଙ୍ଗଲ ରୁ ଏକ କଲରାପତରିଆ ବାଘ କୁ ମାରି ତା ଚମଡ଼ା, ନଖ,ସବୁ ନୟାଗଡ଼ ଅଂଚଳରେ ଡିଲ କରାଯାଉଥିବା ବେଳେ ଏସଟିଏଫ ଆସାମୀ ମାନଙ୍କୁ କାବୁ କରିବା ରେ ସକ୍ଷମ ହୋଇଥିଲା।

ତେବେ ଉକ୍ତ ଘଟଣା ରେ ସମ୍ପୃକ୍ତ ଜଣେ ଯୁବକ ବଦଳାସାହି ର ବୋଲି ଜଣା ପଡ଼ିଥିଲା।ତାର କିଛି ଦିନ ପରେ ବନବିଭାଗ ଦୁଇଟି ମଟର ସାଇକେଲ ସହ ଦୁଇଟି ମୃତ ବାରହା କୁ ମଧ୍ୟ ଜବତ କରି ଚାରିଜଣ ଆସାମୀ କୁ କୋର୍ଟ ଚାଲାଣ କରିଥିଲା। ଯାହାର ଓଜନ ପ୍ରାୟ ତିନି କ୍ୟୁଣ୍ଟାଲ ରୁ ଅଧିକ ଥିଲା।ଅନ୍ୟ ପଟେ ମାଧପୁର ବନାଞ୍ଚଳ ରୁ ବାରମ୍ବାର ଶାଗୁଆନ, ଶାଳ, ପିଆଶାଳ ଭଳି ମୂଲ୍ୟବାନ କାଠ ମଧ୍ୟ ବାହାରକୁ ଚାଲାଣ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ତେବେ ଚଳିତ ବର୍ଷ ଉକ୍ତ ବନାଞ୍ଚଳ ରୁ ଅନେକ ଶାଗୁଆନ, ଶାଳ, ପିଆଶାଳ ଚୌକାଠ,ପଟା,ପଲଙ୍କ ବାହାର କୁ ଚାଲାଣ ସହିତ, ଅନେକ ମୃତ ବାରହା ଜବତ, ଓ ଗୋଟେ ମାସ ମଧ୍ୟରେ ଦୁଇ ଦୁଇ ଟି କଲରା ପତରୀଆ ବାଘ ର ମୃତ୍ୟୁକୁ ନେଇ ଜନସାଧାରଣ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଚି।ଏପଟେ ଚଳିତ ବର୍ଷ ବ୍ୟାଘ୍ର ଗଣନା ରେ ମାଧପୁର ବନାଞ୍ଚଳ ରେ ବ୍ୟାଘ୍ର ନ ଥିବା କଥା ନିଜେ ବନାଞ୍ଚଳ ଅଧିକାରୀ ସ୍ୱୀକାର କରିଥିବା ବେଳେ, ଏପଟେ ଗୋଟେ ମାସରେ ଦୁଇ ଟି କଲରାପତରିଆ ବାଘ ର ମୃତ୍ୟୁ କୁ ନେଇ ସାଧାରଣରେ ଚକିତ କରିଛି ଓ ବନବିଭାଗ କାର୍ଯ୍ୟ କୁ ନେଇ ସାଧାରଣ ରେ ସନ୍ଦେହ ସୃଷ୍ଟି କରୁଚି।

କିଛି ଦିନ ତଳେ ତଳଗାଁ ଅଞ୍ଚଳ ରେ ଏକ ଚାଷୀ ର ବଳଦ କୁ ଗୋଟେ ବାଘ ମାରି ଖାଇଥିବା କଥା ମଧ୍ୟ ଗଣ ମାଧ୍ୟମ ରେ ପ୍ରକାଶିତ ହୋଇଥିଲା। ତେବେ ପ୍ରକୃତ ରେ ମାଧପୁର ବନାଞ୍ଚଳ ରେ ବାଘ ଗଣନା କରାଯାଉଛି ନା, ଗଣନା ନାଁ ରେ ସରକାରୀ ଅର୍ଥ କୁ ହରିଲୁଟ କରାଯାଉଛି ତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା କଥା ଚର୍ଚ୍ଚା ହେଉଛି। ଯଦି ମାଧପୁର ବନାଞ୍ଚଳ ରେ ବାଘ ନାହଁ ତା ହେଲେ ଏତେ ସବୁ ଘଟଣା ଘଟୁଛି କେମିତି।ପ୍ରକୃତ ରେ ମାଧପୁର ବନାଞ୍ଚଳ ରେ ବାଘ ଅଛନ୍ତି ନା ନାହିଁ ସେ ଖବର ବିଭାଗ ପାଖରେ ନଥିବା କଥା ଚର୍ଚ୍ଚା ହେଉଛି।ଏହି ସବୁ କାର୍ଯ୍ୟକଳାପ ରେ ନିଶ୍ଚିତ ବନବିଭାଗ ର ହାତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।ଗୋଟେ ପଟେ ବନ୍ୟଜନ୍ତୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ବେଳେ ଅନ୍ୟ ପଟେ ଗୋଟେ ମାସ ଭିତରେ ଦୁଇ ଦୁଇ ଟା ବାଘ ର ମୃତ୍ୟୁ କୁ ନେଇ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଥିବା ଜଣାପଡ଼ିଛି।ତେଣୁ ଉକ୍ତ ସବୁ ଘଟଣା ଉପରେ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା, ସହିତ ପ୍ରକୃତ ତଥ୍ୟ ଲୋକଲୋଚନ କୁ ଆଣିବା ପାଇଁ ସାଧାରଣ ରେ ଦାବୀ ହେଉଛି।