ହରଭଙ୍ଗା 26/9(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୂର୍ତ୍ତ ଡାକ ବଙ୍ଗଳା ଠାରେ ଗୁରୁବାର ସନ୍ଧ୍ୟା ରେ ବିଜେଡି ର କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ବୈଠକ ରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ସମସ୍ତ ବିଜେଡି କର୍ମୀ ଙ୍କୁ ମନବଳ ଦୃଢ କରିବା ସହ ଲୋକଙ୍କ ପାଇଁ କାମ କରିବା ଏବଂ ବିଜେପି ସରକାର ଙ୍କ 100 ଦିନ ବିକାଶ ବିଜେପି ଲୋକଙ୍କ ମିଛୁଆ ସରକାର ବୋଲି ବୈଠକ ରେ ଆଲୋଚନା ହୋଇଥିଲା l ବିଜେଡି ଲୋକଙ୍କ କାମ କରୁଥିଲା

ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବ ଏଥିରେ କୌଣସି ତିଳେ ମାତ୍ର ଅବହେଳା ନାହିଁ ବୋଲି ମନ୍ତ୍ରୀ ଉପସ୍ଥିତ କର୍ମୀ ଙ୍କୁ ନିଜର ଗୁରୁମନ୍ତ୍ର ଦେଇଥିଲେ l ଏପରିକି ଆସନ୍ତା 7 ତାରିଖରୁ ତିଳେଶର ଠାରୁ ଚାରିଛକ ପର୍ଯ୍ୟନ୍ତ ବିଜେଡି ପଦଯାତ୍ରା ଆରମ୍ଭ କରିବ ! ଜିଲ୍ଲା ର ସ୍ୱାସ୍ଥ୍ୟ ଅବସ୍ଥା, କୃଷି କ୍ଷେତ୍ର ଜଳ ସେଚନ ବ୍ୟବସ୍ଥା, ସ୍କୁଲ ପିଲାଙ୍କ ଡ୍ରେସ, ଓ ମାଗଣା ବହି ବଣ୍ଟନ ଉପରେ ଉଦବେଗ ପ୍ରକାଶ କରିଥିଲେ lଏହି ବୈଠକ ରେ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଚିତ୍ତ ରଂଜନ କର୍ଣ, ବିସି ସି ଅରୁଣ ପ୍ରଧାନ,କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ,ଙ୍କ ସମେତ ବିଜେଡି ନେତା ରବି ନାରାୟଣ ପ୍ରଧାନ, ପ୍ରଦୀପ ସାହୁ, ଅବକାଶ ସାହୁ,ଧିରେନ ଦେହୁରୀ,ସୀତାରାମ ଅଗ୍ରୱାଲ, ତିରି ମହାକୁଡ଼,ପଙ୍କଜ କହର, ଅକ୍ଷୟ କଂହର, ଙ୍କ ସମେତ ବହୁ ବିଜେଡି ସରପଞ୍ଚ ସମିତି ଓ ତିନିଶହ ରୁ ଉର୍ଦ୍ଧ କର୍ମୀ ମାନେ ଯୋଗ ଦେଇଥିଲେ l