ସୁବର୍ଣ୍ଣପୁର (ପ୍ରକାଶ ଚନ୍ଦ୍ର ଵେବର୍ତ୍ତା)ସାରା ରାଜ୍ୟରେ ଚାଲିଛି ନସିଂ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ମଧ୍ୟ ଧାରଣାରେ ବସିଛନ୍ତି ନସିଂ କର୍ମଚାରୀ । ବିଗତ ଦିନରେ ଏମାନେ ରାଜ୍ୟ ସରକାରଙ୍କ ନିକଟରେ ଦଶ ଦଫା ଦାବୀ ଉପସ୍ଥାପନ କରିଥିଲେ । ସରକାର ମଧ୍ୟ ଗୋଟିଏ ମାସ ମଧ୍ୟରେ ଏହି ଦାବୀ ସମ୍ପର୍କରେ ଆଲୋଚନା କରିବାକୁ ପ୍ରତିସୃତି ଦେଇଥିଲେ ।

ହେଲେ କୈାଣସି ପ୍ରକାର ପଦକ୍ଷେପ ନନେବାରୁ ପ୍ରଥମେ ଜରୁରିକାଳୀନ ସେବାକୁ ବାଦ ଦେଇ ଧାରଣାରେ ବସିଥିଲେ l ତେବେ ଦାବୀ ପୂରଣ ନ ହେବାରୁ ଆଜି ବାଧ୍ୟ ହୋଇ ସମସ୍ତ ସେବାକୁ ବନ୍ଦ କରି ଧାରଣାରେ ବସିଛନ୍ତି ଏହି କର୍ମଚାରୀ ମାନେ । ଆଗାମି ଦିନରେ ରାଜ୍ୟ ସରକାର ସେମାନଙ୍କ ସମସ୍ତ ଦାବୀ ପୂରଣ ନକଲେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।