ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ପୌରହିତ୍ବରେ ଅଧ୍ୟାପକ –ପିତାମାତା ଓ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର APAAR ID ପ୍ରସ୍ତୁତି ନିମନ୍ତେ ସରକାରୀ ନିୟମାବଳୀ ଅନୁଯାୟୀ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି ପ୍ରାରମ୍ଭିକ ସୂଚନା ସହିତ ଅଭିଭାବକ ମାନଙ୍କୁ ସ୍ଵାଗତ କରିଥିଲେ ।

ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ଏ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରି ସମେତ ତିନିଶହ ଜଣ ପିତାମାତା ଓ ଅଭିଭାବକ ଯୋଗଦାନ କରିଥିଲେ । ସମସ୍ତ ଅଭିଭାବକ ମାନେ APAAR ID ପ୍ରସ୍ତୁତି ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରିଥିଲେ । ପରିଶେଷରେ ଅଧ୍ୟାପିକା ସସ୍ମିତା ହଂସଦା ଧନ୍ୟବାଦ ଅର୍ପଣ କରିଥିଲେ ।

APAAR ID ଏହା ନୂତନ ଶିକ୍ଷ୍ୟା ନୀତି 2020 ର ଏକ ଅଂଶବିଶେଷ ।ଏଥିରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କର ଏକ 12 ସଙ୍ଖ୍ୟା ବିଶିଷ୍ଟ ଏକ code number ବିଶିଷ୍ଟ ଏକ permanent ID ମିଳିବ ।ଯାହା One Nation,One Students ID ରୂପେ ପରିଗଣିତ ହେବ।ଏହା ଦ୍ବାରା ପିଲାମାନେ ସୈଖିକ ନଥିପତ୍ର,ତଥ୍ୟ, certificate , ଛାତ୍ର ବୃତ୍ତି ସମ୍ଵନ୍ଧରେ ତଥ୍ୟ ସଂଗ୍ରହ କରିପାରିବେ ।