ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଖୋର୍ଦ୍ଧା -ବଲାଙ୍ଗୀର ରେଲ କାର୍ଯ୍ୟ ତ୍ୱରାନ୍ୱିତ ଥିବା ବେଳେ ସୋମବାର ଦିନ ପୁରୁଣାକଟକ ଷ୍ଟେସନ କୁ ପହଂଚିଥିଲା ଟ୍ରାଏଲ ଇଂଜିନ l ଏନେଇ ପୁରୁଣା କଟକ ଅଞ୍ଚଳ ର ଜନସାଧାରଣ ଙ୍କ ମନରେ ବହୁତ ଖୁସି ଦେଖିବାକୁ ମିଳିଥିବା ବେଳେ ସୋମବାର ଦିନ 2ଟାରେ ପହଂଚିଥିଲା ଇଂଜିନ l

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ରାଜୁ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟ ନାୟକ, ସିପୁନ ମିଶ୍ର, ବଣିକ ସଙ୍ଘ, ଭୈରବୀ କ୍ଳବର ସଦସ୍ୟ ଙ୍କ ସମେତ ଅଞ୍ଚଳ ବାସି ସ୍ୱାଗତ ଜଣାଇବା ସହ ଧରିଥିବା ନଡ଼ିଆ ବାଡେଇ ଓ ଇଂଜିନ ରେ ଛିଟ କନା ବାନ୍ଧି ପୂଜା ଅର୍ଚନା କରିଥିଲେ ! ଅନ୍ୟପଟେ ଟ୍ରେନ ଇଂଜିନ ପହଂଚିଥିବା ବେଳେ ଖୁବ ଶୀଘ୍ର ଷ୍ଟେସନ କାମ ଓ ଅବଶିଷ୍ଟ ଥିବା ରେଲୱେ କାର୍ଯ୍ୟ ସମ୍ପୂର୍ଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଥିଲା l