ଟିଟିଲାଗଡ଼ – ( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତର ଜାମ ପଡ଼ା ସରକାରି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରେ ଖୋଲାନ ସରପଞ୍ଚ ଶ୍ରୀ ନରେଶ ଅଗ୍ରୱାଲଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ ସ୍ବଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚଙ୍କ ପ୍ରତିନିଧି ତ୍ରିଲୋଚନ ମାଝୀ, ଅନ୍ୟତମ ଅତିଥି ଭାବେ ଶଗଡ଼ ଘାଟ ସିଆରସିସି ସୁଶାନ୍ତ କୁମାର ରଥ, ସିଆରସିସି ଖୋଲାନ ପଦ୍ମ କିଶୋର ମାଝୀ, ପ୍ରଧାନ ଶିକ୍ଷକ ବିଶ୍ଵନାଥ ମିଶ୍ର ଭାବେ ମଞ୍ଚାସିନ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସ୍ବଚ୍ଛତା ସଚେତନତା ବିଷୟରେ ବକ୍ତୃତା, ପ୍ରବନ୍ଧ , ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ସରପଞ୍ଚ ଶ୍ରୀ ନରେଶ ଅଗ୍ରୱାଲଙ୍କ ତରଫରୁ ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସ୍କୁଲ ଶିକ୍ଷକ ଦିଲୀପ ଗୌଡ଼, କ୍ଷମାନିଧି ଭୂୟାଁ, ଧୀରେନ୍ଦ୍ର ଆଡଯୁଆଡ, ଶିକ୍ଷୟତ୍ରୀ ସବିତା ପଣ୍ଡା, ଆରତୀ ତ୍ରିପାଠୀ, ସ୍ଵୟଂ ପ୍ରଭା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।