କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ରେ ଥିବା ଦୋକାନ, ବଜାର ରେ ଖାଦ୍ୟ ସୁରକ୍ଷା ବିଭାଗ ରାୟଗଡା, ଅବକାରୀ ବିଭାଗ ଏବଂ କାଶୀପୁର ପୋଲିସ ର ମିଳିତରେ ତମ୍ବାଖୁ ଜାତୀୟ ନିଶା ଦ୍ରବ୍ୟ ବେଆଇନ ବିକ୍ରୟରେ ଚଢ଼ାଉ ସହ କଟକଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ମୁଖ୍ୟତଃ ଆଜିର ଯୁବ ପିଢ଼ି ତମ୍ବାଖୁ, ଗୁଠଖା, ବିଡି ସିଗାରେଟ, ମଦ୍ୟପ ଭଳି ବିଭିନ୍ନ ନିଶା ସେବନ ପ୍ରତି ସଂଶ୍ଳିଷ୍ଠ ରହୁଛନ୍ତି। ଯଦ୍ୱାରା ଅଳ୍ପ ବୟସରେ ମାରାତ୍ମକ ରଗାକ୍ରାନ୍ତ ହେଉଛନ୍ତି, ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତି ସଡକ ଦୁର୍ଘଟଣା ବହୁମାତ୍ରା ବଢ଼ି ଚାଲିଛି। ତମ୍ବାଖୁ ଯେମିତି ନାବାଳକ ଠାରୁ ବୟସ୍କ ବ୍ୟକ୍ତି ମାନେ ଙ୍କୁ ଗ୍ରାସ କରି ସାରିଛି। ଏଣୁ ବିଭିନ୍ନ ସମୟରେ ତମ୍ବାଖୁ ବର୍ଜନ, ନିଶା ନିବାରଣ ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ଗତ ସମୟରେ ସରକାରଙ୍କ ଦ୍ଵାରା କରାଯାଇଛି କିନ୍ତୁ କୌଣସି ଫଳପ୍ରଦ ଦେଖାଯାଇ ନାହିଁ କିମ୍ବା ଲୋକଙ୍କ ପରିବର୍ତ୍ତନ ହୋଇ ପାରିଲାନାହିଁ।

ଏହି ସମସ୍ୟାକୁ ଦୃଷ୍ଟି ରେ ରଖି ସରକାରଙ୍କ ନିର୍ଧେଶ କ୍ରମେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଯେଉଁ ଭଳି ତମ୍ବାଖୁ ବିକ୍ରୟକୁ ନିୟନ୍ତ୍ରଣ କରାଯାଇ ପାରିବ ଏହାରି ଉଦେଶ୍ୟରେ ଆଜି କାଶୀପୁର ଠାରେ ଖାଦ୍ୟ ସୁରକ୍ଷା ବିଭାଗ, ଅବକାରୀ ବିଭାଗ ଓ କାଶୀପୁର ପୋଲିସ ବିଭାଗ ଙ୍କ ମିଳିତ ଉଦ୍ୟମ ରେ କାଶୀପୁର ସଦର ଦୋକାନ ବଜାର ରେ ତମ୍ବାଖୁ ବିକ୍ରୟ ପ୍ରତିବନ୍ଧକ ଏବଂ ଚଢ଼ାଉ ଅଭିଯାନ ମାଧ୍ୟମରେ କିଛି ଦୋକାନୀଙ୍କୁ ଅର୍ଥ ଦଣ୍ଡ ବା ଅର୍ଥ ଜରିମାନା କରାଯାଇଥିବା ଅନୁମାନ ହୋଇଥିଲା।

ଉକ୍ତ ବିଭାଗଙ୍କ ମିଳିତ ତମ୍ବାଖୁ ଚଢ଼ାଉ କାର୍ଯ୍ୟକ୍ରମ ରେ ରାୟଗଡା ଖାଦ୍ୟସୁରକ୍ଷା ଅଧିକାରୀ ଜ୍ୟତୀ ପ୍ରକାଶ ସ୍ଵରେନ, କାଶୀପୁର ପୋଲିସ ସବ-ଇନିସ୍ପେକ୍ଟର ବିକାଶ କୁମାର ପାଟେଲ ଏବଂ ଅବକାରୀ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲା।