ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘେଲା ଗ୍ରାମରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟଥିବାବେଳେ ୧୭ଜଣ ଆକ୍ରାନ୍ତ ହୋଇ ହୋଇଛନ୍ତି l ସୂଚନା ଅନୁସାରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଗତ ୨୮ତାରିଖ ରେ ମେଘେଲl ଗ୍ରାମର ଉପି (ଉପେନ୍ଦ୍ର) ମଲ୍ଲିକ (୬୬) ଙ୍କ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଖଇରୁ ଜାଲ (୫୫) ଙ୍କ ବୁର୍ଲ୍ଲl ଡାକ୍ତରଖାନାରେ ଝାଡ଼ା ବାନ୍ତି ରେ ଗତ ୨୯ ତାରିଖ ରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

ଏହି ଗ୍ରାମର ଝାଡାବାନ୍ତି ୧୭ ଜଣ ପୁରୁଷ ଓ ମହିଳା ଆକ୍ରାନ୍ତ ହୋଇଥିବା ହୋଇଛନ୍ତି । ବିନିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଟିମ ଓ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱତନ୍ତ୍ର ଟିମ ମେଘେଲା ଗ୍ରାମରେ ପହଞ୍ଚି ଘର ଘର ବୁଲି ସ୍ଥିତି ପଚାରି ବୁଝିବା ସହ ମୃତ ପାରିବାର କୁ ଭେଟିଥିଲେ l ପରେ ନଳକୂଅ ପାଣି ସାହି ପଡିଶା ବ୍ୟବହାର କରୁଥିବା ପାଣି କୁ ସଂଗ୍ରହ କରି ଲାବ୍ରୋଟରୀ କୁ ପରୀକ୍ଷା ପାଇଁ ପଠଯାଇଛି l